Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 



ଜଟଣୀ --ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା, ଖୋର୍ଦ୍ଧା ରୋଡ଼ ରେଲୱେ  ଷ୍ଟାଡିୟମ ଠାରେ “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳିତ ହୋଇଛି ।  ଯୋଗ ଅଭ୍ୟାସ ଯାହା ଶରୀରର ସମସ୍ତ ଉପାଦାନ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ ସେଥି ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ଏହାର ଉଦେଶ୍ୟ । ଖୋର୍ଦ୍ଧା ରୋଡ଼ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।   ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସମସ୍ତ ଶାଖା ଅଧିକାରୀ, ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନର ସଦସ୍ୟ, ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।   ଜଟଣୀର ପତଞ୍ଜଳି ଯୋଗ ସମିତିର ଯୋଗ ଗୁରୁ ଶ୍ରୀ ଆଦିନାରାୟଣ ଖଣ୍ଡୁଆଳ   ଏବଂ ଶ୍ରୀ ଶ୍ୟାମ ସୁନ୍ଦର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଯୋଗ ଶିବିର  ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ।   ଆନ୍ତର୍ଜାତୀୟ ଯୋଗ ଦିବସ  ଖୋର୍ଦ୍ଧା ରୋଡ଼ ର ପ୍ରମୁଖ ଷ୍ଟେସନ ଯଥା ପାଲାସା, ବ୍ରହ୍ମପୁର, କଟକ, ତାଳଚେର, କେନ୍ଦୁଝର, ପାରାଦୀପ, ପୁରୀ ଏବଂ ଭଦ୍ରକ ଠାରେ  କର୍ମଚାରୀମାନେ ପାଳନ କରିଥିଲେ।  ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ କାର୍ମିକ ଅଧିକାରୀ ଶ୍ରୀ ଯୁକ୍ତ ଆର ଏନ୍ ଏ ପରିଡ଼ା ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୬/୨୦୨୪----୬,୪୫ Sakhigopal News,22/6/2024

Blog Archive

Popular Posts