>>
  • କେବେ ହେବ ସହର ମୁଖ୍ୟ ରାସ୍ତା ସମ୍ପ୍ରସାରଣ , ଦିନକୁ ଦିନ ରାସ୍ତା ହେଉଛି ସଂକୁଚିତ
  • >>
  • ଆଇଆଇଟି ଭୁବନେଶ୍ୱରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ସମ୍ମିଳନୀ ଅନୁଷ୍ଠିତ
  • >>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • ରାସ୍ତାଘାଟ, ନର୍ଦ୍ଦମା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ




    ଜଟଣୀ :  ଭାରତୀୟ ଜନତା ପାର୍ଟିର ରାଜ୍ଯ କାର୍ଯ୍ୟକାରିଣୀ ସଭ୍ଯ ବିଶ୍ୱରଞ୍ଜନ ବଡଜେନା(ଲୁଲୁ)ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଶ୍ରୀ ବଡଜେନା କୌଣସି ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହଁ । ଏହାସହିତ ଜଟଣୀ ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ଏକ ନମ୍ବର୍ ଭାବେ ଗଢ଼ି ତୋଳିବାକୁ ପ୍ରକାଶ କରିଛନ୍ତି । ଗରୀବ ଲୋକଙ୍କୁ ନେଇ ରାଜନିତୀ କରଣ ବନ୍ଦ କରିବା ସହ ସର୍ବଦା ଗରୀବ ଲୋକଙ୍କର ସେବା କରିବା ସହିତ ଜନ ସାଧାରଣଙ୍କ ପାଇଁ ଥିବା ସମସ୍ତ ପ୍ରକାର ସରକାରୀ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ପ୍ରକାଶ କରିଥିଲେ । ବିଶେଷ କରି ଲଗାଣ ବର୍ଷା ପୂର୍ବରୁ ପୌରାଞ୍ଚଳ ଇଲାକାରେ ଥିବା ସମସ୍ତ ନାଳନର୍ଦ୍ଦମା ସଫେଇ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ ଉପରେ ଉଦବେଗ ପ୍ରକାଶ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ନେଇ ବୈଠକରେ ସୂଚନା ଦିଆଯାଇଥିଲା। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ସତିଶ ଶର୍ମା, ବିଜୟ ସ୍ଵାଇଁ, ପ୍ରଶାନ୍ତ କୁମାର ପ୍ରଧାନ, ତିରୁପତି ଶତପଥୀ ଓ ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ସଭା ଶେଷରେ ଶ୍ରୀ ବଡ଼ଜେନାଙ୍କ ସହିତ ଏକ ପ୍ରତିନିଧି ଦଳ ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଯଥାଶୀଘ୍ର ଏହାର ସମାଧାନ ପାଇଁ ଜଣାଇଥିଲେ ।ଯେପରି ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ବନିମ୍ନ ସୁବିଧାରୁ ଜନସାଧାରଣ ବଞ୍ଚିତ ନ ହୁଅନ୍ତି । ୨୪ଘଣ୍ଟିଆ ସେବା ଯୋଗାଇ ଦେବା ନିମନ୍ତେ ଆଲୋଚନା କରିଥଲେ । ବର୍ଷା ୠତୁ ଆଗମନ ଥିବାରୁ ପୌରାଞ୍ଚଳରେ ବିଭିନ୍ନ ଡ୍ରେନ ସଫା କରିବା, ଡ୍ରେନ ଉପର ଭାଙ୍ଗିଥିବା ସ୍ଲାବ ମରାମତି, ଖୋଲା ସ୍ଥାନରେ ପଡ଼ିଥିବା ଅଳିଆ ଆବର୍ଜ୍ଜନାର ସଫେଇ ବିଷୟରେ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ଆଲୋଚନା କରିଥଲେ।
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୬/୨୦୨୬----୬,୩୫ Sakhigopal News,26/6/2024

    Blog Archive

    Popular Posts