Breaking News

ସ୍ନାନ ବେଦୀରେ ଦର୍ଶନ ଦେଲେ ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମ

 



ସାକ୍ଷୀଗୋପାଳ,--- ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣମୀ ପାଳିତ ହୋଇଯାଇଛି । ବିଶେଷ କରି ଶ୍ରୀ ଜଗନ୍ନାଥଙ୍କ ଅଜା ଭାବରେ ସତ୍ୟବାଦୀର ବକୁଳବନରେ ପୂଜାପାଉଥିବା  ସିଦ୍ଧବଳରାମ ଠାକୁର ବେଶ ଜଣାଶୁଣା । ଆଜି ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ନୀତିକାନ୍ତି ସେବାୟକ ମାନେ କରିଥିଲେ । ପରେ ଠାକୁରଙ୍କୁ ବାଳଭୋଗ କରାଯାଇଥିଲା ।  ମନ୍ଦିର ନିକଟରେ ଥିବା ସ୍ନାନ ମଣ୍ଡପରେ ହୋମ କରାଯାଇଥିଲା । ଠାକୁରଙ୍କ ନିକଟରେ ଚକାଖେଚୁଡି ଭୋଗ କରାଯିବା ପରେ ସେବାୟତ ମାନେ ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ସୁଗନ୍ଦିତ ଅଭିମନ୍ତ୍ରିତ ଜଳରେ ସୋମନାଥ ମହାପାତ୍ର, ଲୋକନାଥ ମହାପାତ୍ର, ରାଧାନାଥ ମହାପାତ୍ର, କେଶବ ମହାପାତ୍ର ଓ ଚନ୍ଦ୍ରଶେଖର ମହାପାତ୍ର ଠାକୁରଙ୍କୁ ସ୍ନାନ କରାଇଥିଲେ । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ ପରେ ଟାହିଆ, ତୁଳସୀ ଫୁଲମାଳ ଲାଗି କରାଯାଇଥିଲା ।  ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ବାଳଭୋଗ ଓ ଦୀପ ଦେଇ ଦର୍ଶନ କରିଥିଲେ । ସଂଧ୍ୟାରେ ଆଳତୀ ରାତିରେ ବାଳଭୋଗ କରାଯିବା ପରେ ଅଣସର ଘରକୁ ଠାକୁରଙ୍କୁ ସେବାୟତ ମାନେ ବିଜେ କରାଇଥିଲେ ।  ସେହିପରି ସାକ୍ଷୀଗୋପିନାଥଙ୍କ ସିଂହାସନ ନିକଟରେ  ପୂଜା ପାଉଥିବା ଜଗନ୍ନାଥ ଆଜି ଭକ୍ତ ମାନଙ୍କୁ ସ୍ନାନମଣ୍ଡପରେ  ଦର୍ଶନ ଦେଇଛନ୍ତି ।  ଠାକୁରଙ୍କ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଠାକୁରଙ୍କୁ ପହଣ୍ଡି କରି ସ୍ନାନମଣ୍ଡପକୁ ବିଜେ କରାଇଥିଲେ । କାଳୀପୂଜା ସରିବା ପରେ ମା ରାଧାରାଣି ପ୍ରଭୁ କୃଷ୍ଣଙ୍କୁ ସେବାୟତ ମାନେ ସ୍ନାନ କରାଇଥିଲେ ।  ପରେ ନୂତନବସ୍ତ୍ର ପରିଧାନ, ତୁଳସୀ, ଫୁଲ, ଚନ୍ଦନ ଲାଗି କରାଯାଇଥିଲା । ପରେ ପରେ ପ୍ରଭୁ ଜଗନ୍ନାଥଙ୍କୁ ୭ଗରା ସୁବାଷିତ ଜଳରେ ସେବାୟତ ମାନେ ସ୍ନାନ କରାଇଥିଲେ । ନୂତନ ବସ୍ତ୍ର ପରିଧାନପରେ ତୁଳସୀ, ଫୁଲ, ଚନ୍ଦନଲାଗି କରାଯାଇଥିଲା । ସଂଧ୍ୟାରେ ଜାତଭୋଗ ସରିବା ପରେ ଠାକୁରଙ୍କୁ ସେବାୟତ ମାନେ ଅଣସରଘରକୁ ବିଜେ କରାଇଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ଡାକୁରଙ୍କ ଦେବନୀତିକାନ୍ତି କରାଯାଇଥିଲା ।  ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ  ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା କୂଅରୁ ଜଳ ଅଣାଯାଇ ସେଥିରେ କ୍ଷୀର, ମହୁ, କର୍ପୁର, ଅଗୁର, ଗୋଲାପଜଳ, ଚନ୍ଦନ, ଜାଇଫଳ ଆଦି ପକାଯାଇ ସୁଗନ୍ଦିତ ଜଳରେ ସେବାୟତ ମାନେ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ଏହାପରେ ବେଶ କରାଯାଇ ଯାତଭୋଗ ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ପାଇଁ ଦର୍ଶନର ସୁଯୋଗ ମିଳିଥିଲା । ସେହିପରି ଅନୁରୂପ ଭାବରେ ରାଇଚକ୍ରଧରପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ, କାଞ୍ଜିଆ ସ୍ଥିତ ବାଲିବାଟି ମଠ, ଶୁକଳ ଦୁତୀୟାଦେବ ପତିତପାବନ ପୀଠରେ ସେବାୟତ ମାନଙ୍କ  ସହଯୋଗରେ ସଂକୀର୍ତ୍ତନ , ଦ୍ୱାର ଫିଟା, ଆଳତୀ, ଅବକାଶ ପରେ ମନ୍ତ୍ରିତସୁବାସିତ ଜଳରେ   ଠାକୁରଙ୍କୁ ସ୍ନାନ କରିବା ପରେ ନୂତନବସ୍ତ୍ର , ତୁଳସୀ, ଫଳ, ଚନ୍ଦନଲାଗି କରାଯିବା ପରେ ଚକାଛଡା ଖେଚୁଡି ଭୋଗ କରାଯିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହାଣ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା । ସଂଧ୍ୟାରେ ନୀତିକାନ୍ତି ସରିବା ପରେ ଠାକୁରଙ୍କୁ ଅଣସରପିଣ୍ଡିକୁ ବିଜେ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୬/୨୦୨୪----୭,୨୫


Blog Archive

Popular Posts