Breaking News

ଓଡିଆ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ବର୍ଷା ପାଣି ମାରୁଛି ଲହଡି ; ବର୍ଷା ପାଣି ନିଷ୍କାସନର ସୁ ବନ୍ଦୋବସ୍ଥ ନାହିଁ


 

ସାକ୍ଷୀଗୋପାଳ----- ସତ୍ୟବାଦୀରେ ଗଡି ଉଠିଥିବା ଓଡିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ୪ ଫୁଟ ଉଚ୍ଚତାର ବର୍ଷା ଜଳ ଲହଡି ଭାଙ୍ଗୁଛି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ- ଅଳଗୁମ- ଶୁକଳ ରାସ୍ତା ସାକ୍ଷୀଗେ।।ପାଳ ମନ୍ଦିର ଦେଇ ଯାଇଛି । ଏହି ରାସ୍ତା କଡରେ ତଥା ସାକ୍ଷୀଗୋପାଳ ମନ୍ଦିର ପଛପାଶ୍ୱର୍ରେ ଓଡିଆ ବିଶ୍ୱବିଦ୍ୟାଳୟର କୋଠାଘର ନିର୍ମାଣ କରାଯାଇଛି । ଏହା ଆଗରୁ ଏହି ରାସ୍ତା ରହିଛି । ମନ୍ଦିର ଠାରୁ ବର୍ଷା ପାଣି ଓ ସତ୍ୟବାଦୀ ହାଇସ୍କୁଲ ପାଣି, ହାଇସ୍କୁଲ ପଛପଟ ରାସ୍ତା ଓ ସିଦ୍ଧବଳରାମଙ୍କ ଠାରୁ ବକୁଳବନ ପର୍ଯ୍ୟନ୍ତ ରାସ୍ତାର ପାଣି ଏହି ରାସ୍ତା ଦେଇ ହାଇସ୍କୁଲ ଖେଳ ପଡିଆ ଦେଇ ନିଷ୍କାସନ ହେଉଥିଲା । ମାତ୍ର ଓଡିଆ ବିଶ୍ୱବିଦ୍ୟାଳୟ ି ପାଣି ନିଷ୍କାସନ ହେଉଥିବା ଜମି  ମନ୍ଦିର ଠାରୁ କିଣି ନେଲା । ସେ ସମୟରେ ସ୍ଥାନୀୟ ଲୋକମାନେ ପାଣି ନିଷ୍କାସନ ପାଇଁ ଆନ୍ଦୋଳନ କରିଥିଲେ । ମାତ୍ର ବିଶ୍ୱିଦ୍ୟାଳୟ କାମ କରୁଥିବା ଓବିସିସି କମ୍ପାନି ସ୍ଥାନୀୟ ଲୋକମାନଙ୍କ ସହିତ ପ୍ରଶାସନକୁ କହିଥିଲେ ପାଣି ଯେଉଁପରି ନିଷ୍କାସନ ହେଉଥିଲା ଠିକ ସେହିପରି କରାଯିବ । ମାତ୍ର ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ସରି ଉଦଘାଟନ ସରି ଗଲା । ଏବେ ପାଣି ନିଷ୍କାସନ ବଡ ସମସ୍ୟା ହୋଇ ଠିଆ ହୋଇଛି । ଯାହାକି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ବର୍ଷା ପାଣି ଗାଡି ମଟର ଗଲେ ସମୁଦ୍ର ପରି ଲହଡି ମାରୁଛି । ଏହି ରାସ୍ତାଟି ପିଡବ୍ୟୁଡି ବିଭାଗ ଅଧିନରେ ରହିଛି । ବିଭାଗ ପକ୍ଷରୁ ଉକ୍ତ ରାସ୍ତାରେ ପାଣି ନିଷ୍କାସନପାଇଁ ଖସଡା ପ୍ରସ୍ତୁତ କରାଯାଇଥିଲା । ସବୁ ପଟୁ ପାଣି ଏଠାକୁ ଆସିଲେ ମଧ୍ୟ ପାଣି ନିଷ୍କାସନ ହୋଇ ପାରୁଥିଲା । ମାତ୍ର ଓବିସିସିର ଜେଇ ମାନେ ସେମାନଙ୍କ ମନଇଛା ପାଣି ନିଷ୍କାସନର ବାଟ କରିଛନ୍ତି । ଯାହାକି ବିଶ୍ୱବିଦ୍ୟାଳୟର ବର୍ଷା ଜଳ ଓ ଅନ୍ୟ ଜଳ ଗୁଡିକ ନିଷ୍କାସନ ହୋଇ ପାରିବ । ମାତ୍ର ରାସ୍ତା ଉପରେ ଠିଆ ହେଉଥିବା ପାଣି ନିଷ୍କାସନ ହୋଇ ପାରୁନାହିଁ । ଏ ସମ୍ପର୍କରେ ପିଡବ୍ୟୁଡି ବିଭାଗର ଜେଇ ମାନସ ରଞ୍ଜନ ମଲିକଙ୍କୁ ପଚାରିବାରୁ ସେ କହନ୍ତି ବିଶ୍ୱବିଦ୍ୟାଳୟ ଘର କାମ ସମୟରେ ଏଠାରେ ଥିବା ଜେଇ ଏ ସମ୍ପର୍କରେ ଓବିସିସି ବିଭାଗର ଜେଇ୍‌କ ସହିତ ଆଲେଚନା ଅନେକ ଥର କରିଛନ୍ତି । ମାତ୍ର ଆମ ପକ୍ଷରୁ ଦିଆଯାଇଥିବା ଡ୍ରେନର ନକ୍ସାକୁ ସେମାନେ ଗ୍ରହଣ ନ କରି ସେମାନେ ତାଙ୍କ ମନ ଇଛା ଡ୍ରେନ କରିନେଲେ ଯାହାଫଳରେକି ଏହି ସମସ୍ୟା ଆଜି ଦେଖାଯାଇଛି । ଏ ସମସ୍ୟା ସମ୍ପକରେ ମୁଁ ଅବଗତ ହେବା ସହ ଅଧିକାରୀ ମାନେ ମଧ୍ୟ ଜାଣିଛନ୍ତି । ଏହି ପାଣି ନିଷ୍କାସନର  ସମସ୍ୟା ରହିବ ନାହିଁ । ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଅର୍ଥ ମଞ୍ଜୁର କଲେ ବହୁ ଶିଘ୍ର ସେଠାରେ ଜଳ ନିସ୍କାସନର ସୁବନ୍ଦୋବସ୍ଥ କରାଯିବ ବୋଲି ଶ୍ରୀ ମଲିକ କହିଛନ୍ତି । ଏବେ କର୍ମଚାରୀ ମାନଙ୍କୁ ପଠାଇ ସେଠାରେ ଲାଗିଥିବା ଜରି, କାଗଜ, ବୋତଳ, ଅଳିଆ ଅବଜ୍ଜନା ସଫା କରାଯିବ ସହିତ ପାଣି ନିଷ୍କାସନ ପାଇଁ ମାଟି କଟାଯାଇ ବାଟ କରାଯିବ ବୋଲି ଶ୍ରୀ ମଲିକ କହିଛନ୍ତି । ସେ ଯାହା କିଛି ହେଉ ତୁରନ୍ତ ସ୍ଥାନୀୟ ନବ ନିର୍ବାଚିତ ବିଧାୟକ ଓମ ପ୍ରକାଶ ମିଶ୍ର ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।


ଫଟୋନଂ- ୨୫୬ ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୬/୨୦୨୪---୫,୪୫   Sakhigopal News, 29/6/2024

Blog Archive

Popular Posts