Breaking News

ବିଜେପି ର ସଫଳତା ପରେ.... ବିଜୟ ଉତ୍ସବ, ସାମିଲ ହେଲେ, ହଜାର ହଜାର ସମର୍ଥକ



ଭଞ୍ଜନଗର - ଭଞ୍ଜନଗର ବିଧାନସଭା ଆସନ ନିଜ ଦଖଲକୁ ନେବାପରେ, ବିଜୟ ଉତ୍ସବ ପାଳି ଦମ୍ ଦେଖାଇଲା ବିଜେପି । ଏକ ବିରାଟ ଶୋଭାଯାତ୍ରା ରେ ଭଞ୍ଜନଗର ସହରବାସୀ ଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ସାଥିରେ ଥିଲେ କନ୍ଧମାଳ ସାଂସଦ ଶୁକାନ୍ତ କୁମାର ପାଣିଗ୍ରାହୀ ।  ପ୍ରଥମ ଥର ପାଇଁ ଗତ ନିର୍ବାଚନ ରେ, ଭାରତୀୟ ଜନତା ପାର୍ଟି ଭଂଜନଗର ରେ କ୍ଷମତାକୁ ଆସିଛି । ଏନେଇ ବିଜୟ ପରେ ପ୍ରଥମ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ଗ୍ରହଣ ରେ ରାଲିରେ ବାହାରିଥିଲେ ବିଧାୟକ ଓ ସାଂସଦ । ସୋମବାର ଅପରାହ୍ନରେ ଭଞ୍ଜନଗର ନିକଟ, କଇଣ୍ଡି ଗାଁ ଛକରୁ ବିଜୟ ଶୋଭାଯାତ୍ରା ବାହାରିଥିଲା । ସେଠାରୁ ଜିଲୁଣ୍ଡି, ବାଉଁଶଲୁଣ୍ଡି, ମୁଖ୍ୟ ବଜାର, ଥାନା ଛକ , ଦେଇ ଭେଜିପୁଟ ପରିକ୍ରମା ପରେ , ଖବର ଲେଖା ଶେଷ ସୁଧା ଖାଲାସିସାହି ପରିକ୍ରମା କରିଥିଲେ । ପରେ ଜେଲପଡିଆ ଠାରେ ବିଜୟ ଉତ୍ସବ ର ଆୟୋଜନ ହୋଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୪----୧୦,୪୫ Sakhigopal News,18/6/2024

Blog Archive

Popular Posts