କାଦୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା
ସାକ୍ଷୀଗୋପାଳ ---- ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ କାଦୁଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଶାନ୍ତି ହୋତା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ବିଦ୍ଯାଳୟ ପରିସରରେ ବୃକ୍ଷ ରୋପଣ କରି ଛାତ୍ରଛାତ୍ରୀ ମାନଙ୍କୁ ଦେଲେ ପରିବେଶର ବାର୍ତ୍ତା ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ୧୯୮୭ ମସିହା ବିରାରମଚନ୍ଦ୍ରପୁର ପଞ୍ଚାୟତର ତାଳପଡା ସ୍କୁଲରେ ଆରମ୍ଭ କରିଥିଲେ ଶିକ୍ଷକତା। ବିଭିନ୍ନ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରି ଶେଷରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇଥିଲେ । ସ୍କୁଲ ର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ।ଏହି କାର୍ଯ୍ୟକ୍ରମରେ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରିଣୀ ଭବମ୍ ପ୍ରଧାନ,ବିଆର୍ ସିସି ପ୍ରଭାସ ଚନ୍ଦ୍ର କରଣ ଏବିଓ କୁମୁଦିନୀ ମିଶ୍ର, କାଦୁଆ ଦରିଦ୍ର ସେବା କେନ୍ଦ୍ର ସମ୍ପାଦକ ପ୍ରମୋଦ ମହାନ୍ତି,ସିଆରସିସି ସୁନୀଲ ବେହେରାପରିଚାଳନା କମିଟି ର ସଭାପତି ଓ
ଆଲୁମିନି ସଦସ୍ୟ ଙ୍କ ସହ ଅନେକ ବର୍ତ୍ତମାନ ଓ ପୂର୍ବତନ ର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଓ ଦୀପ ପ୍ରଜ୍ୱଳନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା । ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଉପଢ଼ୌକନ , ଫୁଲତୋଡ଼ା ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବୋଧିତ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତି ହୋତାଙ୍କ କାର୍ଯ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ,ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ସେ ସବୁବେଳେ କାର୍ଯ୍ୟକରି ଆସୁଥିଲେ। ନିଜ କର୍ମକ୍ଷେତ୍ରରେ ଶିକ୍ଷାଦାନ କରି ନିଜ ଶିକ୍ଷକତାର ନିଜ ଦାୟିତ୍ୱକୁ ସଠିକ ଭାବେ ତୁଲାଇ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି।ତାଙ୍କର ଏହି କର୍ତ୍ତବ୍ୟ ଯୋଗୁଁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ପରେ ପରେ ସ୍କୁଲ ହତା ପରିସରରେ ଦୁଇଟି ବଉଳ ଵୃକ୍ଷ ରୋପଣ କରି ନିଜର ପରିଚୟ ରଖିଥଲେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟତ୍ରୀ। ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ସୁଜାତା ଦେବୀ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୬/୨୦୨୪----୮,୫୫ Sakhigopal News,1,6,2024