Breaking News

ଅଂଶୁ ଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ


ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ରେଳ ଷ୍ଟେସନ ସ୍ଥିତ ସୁଭାଦ୍ରା କଲୋନୀରେ ରହୁଥିବା ଭୀମା ବାରିକ ( ୭୦)ଙ୍କର ମୃତ୍ୟୁ ହୋଇଯାଇଛି ।  ସୁଚନାଯୋଗ୍ୟ ଯେ ଭୀମା ଦୁଇ ଦିନ ତଳେ ଘରୁ କୌଣସି କାମରେ ବଜାର ଆସିଥିଲେ ୍ୱାତ୍ର ଖରା ଓ ଗୁଳୁଗୁଳି ଯୋଗୁ ସେ ବାଟ ନ ଜାଣିପାରି ଅନ୍ୟ ଏକ ବାଟରେ ତଥା ବିଲ ଗହିରରେ ଚାଳି ଚାଳି ଘର ଠାରୁ ଅନତି ଦୂର ଅଳସା ଗହିର ବିଲକୁ ଚାଲି ଯାଇଥିଲେ । ଏକ ବିଲରେ ପଡି ମୃତ୍ୟୁ ବରଣ କରିଥିଲେ । ଘରକୁ ବାପା ନ ଆସିବାରୁ ପୁଅ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ନ ପାଇବାରୁ ଶେଷରେ ସାକ୍ଷୀଗୋପାଳ ଥାନାରେ ଏକ ଅଭିଯୋଗ କରିଥିଲେ । ଦୁଇଦିନ ପରେ ଉକ୍ତ ବିଲ ଦେଖିବାକୁ ଯାଇଥିବା ଜଣେ ଚାଷୀ ବିଲରେ ଏକ ଶବ ପଡିଥିବା ଦେଖି ସାକ୍ଷୀଗୋପାଳ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକଅପମୃତ୍ୟୁ କେସରୁଜ କରି ତଦନ୍ତ କରିବା ସମୟରେ ଶବଟି ଭୀମ ବାରିକ ବୋଲି ଚିହ୍ନଣ ହୋଇଥିଲା । ଆଜି ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁଙ୍କ ଠାରୁ ସୁଚନା ମିଳିଛି । ସ୍ଥାନୀୟ ଲୋକମାନେ କହନ୍ତି ତାଙ୍କର ଅଂଶୁ ଘାତରେ ମୃତ୍ୟୁ ହୋଇଛି । ତୁରନ୍ତ ଉକ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଜଣସାଧାରଣରେ ଦାବି ହେଉଛି  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୦/୬/୨୦୨୪---୭,୨୦    Sakhigopal News, 20/6/2024

Blog Archive

Popular Posts