Breaking News

ବାଲିଗୁଡା ପାଟଖଣ୍ଡା ସାହି ର ରୁପା ବ୍ୟବସାୟୀ ଙ୍କ ଠାରୁ ରୁପା ଭର୍ତି ବ୍ୟାଗ ଲୁଟ ଘଟଣା ରେ ବାଲିଗୁଡା ପୋଲିସ କୁ ମିଳିଲା ସଫଳତା

 କନ୍ଧମାଳ ---ରୁପା ବ୍ୟାଗ ଲୁଟ କରିଥିବା ଡକାୟତି ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ l ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳ ରୁ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ସହ ଅଭିଯୁକ୍ତ ଠାରୁ 6 କେଜି 954 ଗ୍ରାମ ରୁପା ଜବତ କରିଛି ବାଲିଗୁଡା ପୋଲିସ l ଗତ ମେ ମାସ 24 ତାରିଖ ରେ ବାଲିଗୁଡା ସହର ର ରୁପା ବ୍ୟବସାୟୀ ସନ୍ୟାସୀ ନାୟକ ବେପାର ସାରି ନିଜ ପାଟଖଣ୍ଡା ସାହି ସ୍ଥିତ ଘରକୁ ଫେରୁଥିବା ସମୟରେ ହୋଇଥିଲା ଲୁଟ l ପୂର୍ଵ ଯୋଜନା ମୁତାବକ ଦୁଇ ଟି ବାଇକ ରେ 4 ଜଣ ଲୁଟେରା ଆସି ରୁପା ଭର୍ତି ବ୍ୟାଗ ଜାମ୍ଫି ନେଇଥିଲେ l ଲୁଟ ନେଇ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ ପରେ ଘଟଣା ର ଛାନଭିନ ଚଳାଇଥିଲା ବାଲିଗୁଡା ପୋଲିସ l ବାଲିଗୁଡା ଆଇଆଇସି ସୁଶାନ୍ତ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ତଦନ୍ତ ଚଳାଇବା ସହ ଆସିକା ଅଂଚଳ ରୁ ଲିଙ୍କ ନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କୁ ଗିରଫ କରିବା ରେ ସଫଳ ହୋଇଛି ବାଲିଗୁଡା ପୋଲିସ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୮/୬/୨୦୨୪----୭,୧୫ Sakhigopal News,8/6/2024

Blog Archive

Popular Posts