ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ.. ନିଆରା ଢଙ୍ଗରେ ରଜପର୍ବ ପାଳନ
ଭଞ୍ଜନଗର--- – ଦୋଳି ନାହିଁ କିନ୍ତୁ ରଜ ପର୍ବର, ଦି’ଗୁଣା ଉତ୍ସାହ । ରଜ-ପାନ, ପୋଡପିଠା ବଦଳରେ, ସାମୁହିକ ଭୋଜି-ଭାତର ଆୟୋଜନ । ରଜ-ଦୋଳି ଗୀତ ବଦଳରେ, ନାମ-ସଂକୀର୍ତନ । ଏମିତି ଏକ ନିଆରା ଢଙ୍ଗରେ ରଜ ପର୍ବକୁ, ଆଦିବାସୀ ସଂପ୍ରଦାୟର ବହୁ ସଂଖ୍ୟକ ପୁରୁଷ ଓ ମହିଳା ପାଳନ କରୁଥିବାର ଦୃଶ୍ୟ, ନଜରକୁ ଆସିଛି । ଏଭଳି ଅଭିନବ ଢ଼ଙ୍ଗରେ ରଜ ଉତ୍ସବକୁ ଅତିବାହିତ କରିବାର ପଛର କାରଣ ରହିଥିଲା, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଅଭିନନ୍ଦନ ଜଣାଇବା । ଭଂଜନଗର ନିକଟସ୍ଥ ବ୍ରହ୍ଣଣପଦର ପଞ୍ଚାୟତର ଉପାନ୍ତ ଅଞ୍ଚଳ, ଭୁରୁଡୁପଲ୍ଲୀ ଗାଁରେ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ । ଗାଁର ଯେଉଁ ଆମ୍ବତୋଟାରେ ଦୋଳି ବାନ୍ଧି ରଜ ଉତ୍ସବ ମନାଉ ଥିଲେ , ସେଠି ଚଳିତ ଥର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ, ଘୁମୁସର ସୁଧ-ସୈାରା ସମାଜର ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେବଳ ସେତିକି ନୁହେଁ, ୩୦୦ ବର୍ଷ ପୂର୍ବର ଭଂଜ ବଂଶୀୟ ଶାସନ ସମୟରେ, ଘୁମୁସରର ଐତିହ୍ୟ ସ୍ଥାନ, ଏବଂ ଆଦିବାସୀ ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ସାଧନା ପୀଠ ଭଳି ସ୍ମୃତି, ଏଠାରେ ରହିଛି । ଏଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ “ଆମ ଗାଁକୁ ମୁଖ୍ୟମନ୍ତ୍ରୀ ଥରେ ବୁଲିବାକୁ ଆସନ୍ତୁ” ବୋଲି ନିବେଦନ କରି ଏକାଠି ହୋଇଥିଲ ସଂପୃକ୍ତ ଅଞ୍ଚଳର ଆଦିବାସୀ ମାନେ । ଏହାସହ ନବନିର୍ବାଚିତ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ଗ୍ରାମବାସୀ । ଶେଷରେ ଗାଁ ହନୁମାନ ମନ୍ଦିର ଠାରେ ଗ୍ରାମବାସୀ ମାନେ ସମୂହ ପ୍ରସାଦ ସେବନର କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୬/୨୦୨୪----୪,୨୦ Sakhigopal News,17/6/2024