>>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • ଜଟଣୀ ବିଧାୟକ ଭାବେ ନିର୍ବାଚିତ ହେଲେ ବିଭୁତି



    ଜଟଣୀ : ଖୋର୍ଦ୍ଧାଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ୬୭ ହଜାର ୯୪୭ ଖଣ୍ଡ ଭୋଟ୍ ପାଇ ନିଜ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୨୫ ହଜାର ୧୬୭ ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି ବିଭୂତି ଭୂଷଣ ବଳବନ୍ତରାୟ । ତାଙ୍କ ପ୍ରମୁଖ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡଜେନା ୪୨ ହଜାର ୭୮୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ସନ୍ତୋଷ ଜେନା ୪୨ ହଜାର ୪୮୧ ଖଣ୍ଡ ଭୋଟ୍ ପାଇଥିବା ଜଣାପଡ଼ିଛି l ରାଜନୈତିକ ଅକାଶରେ ଜଣେ ଦକ୍ଷ ସଂଗଠକ ଭାବେ ଦୀର୍ଘଦିନ ଧରି ବିଜୁ ଜନତାଦଳକୁ ଜିଲ୍ଲାରେ ସର୍ବୋଚ୍ଚ ସ୍ତରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ହେବା ପରେ ଶ୍ରୀ ବଳବନ୍ତରାୟଙ୍କ ସାଙ୍ଗଠନିକ ସ୍ଥିତି ଉପରେ ଆସ୍ଥା ପ୍ରକଟ ପୂର୍ବକ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ମନୋନୀତ କରାଯାଇଥିଲା l ୨୦୧୯ ମସିହା ନିର୍ବାଚନରେ ବିଜେଡ଼ିର କିଛି ଛାମୁଆଁ କର୍ମୀମାନେ ଖୋଲା ବିରୋଧ କରି ସୁର ରାଉତରାୟଙ୍କ ସହିତ ହାତ ମିଳାଇ ବିଭୁତିଙ୍କୁ ହରେଇ ଦେଇଥିଲେ। ହେଲେ ବିଭୁତି ନିଜର ଧୈର୍ଯ୍ୟର ପରାକାଷ୍ଠା ରଖି ବିଜେଡ଼ିର ଜିଲ୍ଲା ସଭାପତି ରହି ସଙ୍ଗଠନ ଜାରୀ ରଖି ପଞ୍ଚାୟତ ନିର୍ବାଚନରେ ନିଜର ଜଲବା ଦେଖେଇ ଜଟଣୀ ପଞ୍ଚାୟତ ସମିତି ହାତେଇବା ସହିତ ନଗରପାଳିକା ନିର୍ବାଚନରେ ମଧ୍ୟ ନଗରପାଳିକା ହାତେଇ ନିଜର ଦବଦବା ବଜାୟ ରଖି ଆସିଥିଲେ I ଅପରପକ୍ଷେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଧାୟକ ନଥିବା ବେଳେ ଯେପରି ଲୋକଙ୍କ ସେବା କରି ଆସୁଥିଲି ବର୍ତ୍ତମାନ ମଧ୍ଯ ସେହିପରି ଭାବେ ସିଧାସଳଖ ଜଟଣୀ ନିର୍ବାଚନ ମଣ୍ଡଳୀର ରାସ୍ତାଘାଟ ଓ ସାମାଜିକ ସୁରକ୍ଷା ଯୋଜନା ସହ ସମସ୍ତ ଲୋକାଭିମୁଖୀ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅହରହ ଚେଷ୍ଟା କରିବେ ବୋଲି ବଳବନ୍ତରାୟ କହିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୬/୨୦୨୪----୮,୧୦ 

    Blog Archive

    Popular Posts