Breaking News

ଅଜଣା ବ୍ୟକ୍ତି ର ଗୁଳି ମାଡ଼ରେ ଜଣେ ଆହତ, କାରଣ ଅସ୍ପଷ୍ଟ



ଭଞ୍ଜନଗର -  ଜଣେ ଅଜଣା ବ୍ୟକ୍ତିର ଗୁଳି ମାଡ଼ରେ, ଜଣେ ଯୁବକ ଆହତ ହେଇଥିବା ଜଣାପଡିଛି। ଶୌଚ ହେବାପାଇଁ ଯାଇଥିବା ବେଳେ ହୋଇଥିଲା ଗୁଳିମାଡ । ଭଂଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗାଁ ନିକଟର ଘଟିଛି ଏଭଳି ଘଟଣା । ଆହତ ଜଣକ କୁଶପଲ୍ଲୀ ଗ୍ରାମର ନିଲୁ ବିଷୋୟୀ (୨୫) ।  ଆହତ ଅବସ୍ଥାରେ ପ୍ରଥମେ ଭଂଜନଗର ଏବଂ ପରେ ବ୍ରହ୍ମପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । କିଏ ଗୁଳି ମାରିଛି ଏବଂ ଏହି ଘଟଣା ପଛରେ ପ୍ରକୃତ କାରଣ କ'ଣ ତାହା ଅସ୍ପଷ୍ଟ ରହିଛି  । ଖବର ଲେଖା ହେବା ବେଳକୁ ଭଂଜନଗର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନାଧିକାରୀ ଙ୍କ ଠାରୁ ଜଣାପଡିଛି  । ତେବେ ହସ୍ତଗତ ହୋଇଥିବା ସୂଚନା ପ୍ରକାରେ, ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି । ଆହତ ନିଲୁ ର ନିଜଘର କୁଶପଲ୍ଲୀ ଗ୍ରାମରେ । ସେ ନୂଆଁପଲ୍ଲୀ ଗ୍ରାମର ଜଣେ ସମ୍ପର୍କୀୟ ଙ୍କ ଘରେ ରହି ଆସୁଥିଲେ । ସେ ଗାଁ ନିକଟ ପୋଖରୀକୁ ଶୌଚାଦିକର୍ମ ସାରିବାକୁ ଯାଇଥିବା ବେଳେ, ଗୁଳିମାଡ଼ ହୋଇଥିବା ନେଇ ଆହତ ଜଣକ ପୋଲିସ ଆଗରେ କହିଛନ୍ତି । ତେବେ ଏହା ପଛର ପ୍ରକୃତ କାରଣ କ'ଣ ଏବଂ କିଏ ଓ କାହିଁକି ଗୁଳି ମାରିଛି , ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୪---୬,୫୫ Sakhigopal News,22/6/2024

Blog Archive

Popular Posts