Breaking News

ପ୍ରଶାସନ ପକ୍ଷରୁ କାଠଚକ୍ର ବାଣ ଉପରେ ଲାଗିଲା ରୋକ , ବାହାଘର ପରେ ବରକନ୍ୟା, ବନ୍ଦୁବାନ୍ଧବ ଓ ଭଦ୍ରଲୋକଙ୍କ ସହ ଗ୍ରାମ ବୁଲି ଦୁଆରି ଭୋଗ ଖାଇଲେ ଠାକୁର ଠାକୁରାଣୀ



ସାକ୍ଷୀଗୋପାଳ--- ବାହାଘର ପରେ ଆମର ମାନବ କୂଳରେ ୧୬ ମଙ୍ଗଳାରେ ଝିଅ ଜ୍ୱାଇଁ ଏକାଠି ହୋଇ ଝିଅ ଘରକୁ ବୁଲିବା ପାଇଁ ଯାଇଥାନ୍ତି । ସେହିପରି ଠାକୁର ମାନଙ୍କର ଏହି ମାନବୀୟ ଲୀଳା ଦେଖିବାକୁ ମିଳିଥାଏ ।  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ଗ୍ରାମରେ ତାରେଣୀ ମଣ୍ଡପରେ  ଗ୍ରାମର ଆରଧ୍ୟ ଦେବତା ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କର ବିବାହ ଓ ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଚମ୍ପକ ଦ୍ୱାଦଶୀ ପର୍ବରେ  ବୀରରାମଚନ୍ଦ୍ରପୁର ଆଦ୍ୟଶାସନରେ ବରକନ୍ୟା , ବାହାଘରକୁ ନିମନ୍ତ୍ରିତ ହୋଇ ଆସିଥିବା ବନ୍ଦୁବାନ୍ଧବ ଓ ଭଦ୍ରଲୋକ ସୁସଜିତ  ରଥରେ ଠାକୁର ଠାକୁରାଣି ମାନେ ଗ୍ରାମ ପରିକ୍ରମା କରିଥିଲେ ।  ରଥରେ ଦୁର୍ଗାମାଧବ, ଲକ୍ଷ୍ମୀନାରାୟଣ, ଦୋଳଗୋବିନ୍ଦ, ରୁକ୍ମୁଣି , ଲକ୍ଷେଶ୍ୱର, ବାଲୁଙ୍କେଶ୍ୱର ଓ ଇଶାନେଶ୍ୱର ମହାଦେବ ରହିଛନ୍ତି । ଏହି ଦିନରେ ପରମ୍ପରା ଅନୁସାରେ ଠାକୁରଙ୍କୁ ଚମ୍ପାଫୁଲରେ ପୁଜା କରାଗଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ଜନମାନସରେ ବିଶ୍ୱାସ ରହିଛି ।  ଦ୍ୱାଦଶୀ ତିଥିର ସଂଧ୍ୟାରେ ବାଜା, ଘଣ୍ଟ, ଦୁର୍ଗାମେଡ, କାହାଳୀ, ମଶାଲ ଜଲାଇ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ ଦମ୍ପତି ଗ୍ରାମ ପରିକ୍ରମା କରିଥିଲେ । ପ୍ରତି ଦୁଆରରେ ଫଳମୂଳ, ଚୁଡାଘଷା, ଆମ୍ବ, ପଣସ, ସପୁରୀ ଖଇକୋରା ଆଦି ସେବକ ମାନେ ଭୋଗ କରିଥିବା ବେଳେ ଦାଣ୍ଡ ଘରେ  ଘରର କର୍ତ୍ତା ଶଙ୍କୁଡି ଭୋଗ କରିଥାନ୍ତି । ଏହି ଉପଲକ୍ଷେ ଗ୍ରାମ ରେ ପ୍ରତି ପରିବାରରେ ଗହଳି ଚହଳି ଲାଗିଥିଲା । ପ୍ରାୟତ ଘରର ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି ଏହି ଅବସରରେ ପ୍ରତି ଦୁଆର ମାନଙ୍କରେ ଝୋଟି , ଚିତା, କଳସ, ଦିପାଳୀ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲେକମାଳାରେ ସୁସଜିତ ହୋଇଥିଲା । ୪ ଖଣ୍ଡିର ମହାଜନ ମାନେ ଓ ଗ୍ରାମର ଯୁବକ ମାନେ ଏହି ଉତ୍ସବ ପରିଚାଳନାରେ  କରିଥିଲେ । ଅନ୍ୟପକ୍ଷେ ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି କାଠଚକ୍ର ବାଣ । ଚମ୍ପକ ଦ୍ୱାଦଶୀ ପର୍ବ ପରଦିନ  ଅର୍ଥାତ ବୁଧବାର ଦିନ  ଠାକୁର ମାନେ ଗ୍ରାମ ପରିକ୍ରମା କରି ଫେରିବା ସମୟରେ ଖଣ୍ଡି କୋଠ ମହାଜନ ଓ ବ୍ୟକ୍ତି ବିଶେଷ ମାନଙ୍କ ପକ୍ଷରୁ କାଠଚକ୍ର ପ୍ରଦର୍ଶୀତ କରାଯିବାର ପରମ୍ପରା ରହି ଆସିଛି । ଦୁଇ ଖଣ୍ଡିର ଏକ ସୀମାରେ ଏହି ଆତସବାଜି ପ୍ରଦର୍ଶିନ କରାଯାଇଥାଏ । ଏହି ବାଣ ଗୁଡିକ କାଠଗଣ୍ଡିରେ ହୋଇଥିବାରୁ ଏହାର ନାମ କାଠଚକ୍ର ହୋଇଥିବା ଜଣାପଡେ । ପୁରାଣ ଶାସ୍ତ୍ର ବା ପୋଥି ଅନୁସାରେ ବାଣ ତିଆରି କରାଯାଇଥାଏ ।  ମାତ୍ର ଏ ବର୍ଷ ପୁରୀରେ ଭଉଁରିଯାତ୍ରା ଦିନ ବାଣ ଫୁଟି ଯେଉଁ ଅଘଟଣ ଘଟିଲା ତାହାକୁ ନଜର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯାନିଯାତ୍ରାରେ ବାଣ ପ୍ରଦର୍ଶନୀ ଉପରେ ଲାଗିଛି ରୋକ । ଏହାକୁ ନଜର କରି ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ ଗ୍ରାମର ମୁରବୀ ବା କୋଠ ମହାଜନୀଙ୍କ ସଙ୍ଗେ ବାଣ ଉପରେ ଲାଗାଯାଇଥିବା ରୋକ ଉପରେ ଆଲେଚନା କରାଯାଇଥିଲା । ବାଣ ନ ମାରିବା ପାଇଁ ତହସିଲଦାର ବାରଣ କରିଥିଲେ । ସେଠାରେ ସତ୍ୟବାଦୀ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ଫୋର୍ସ ସହିତ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଉପସ୍ଥିତ ରହିଛନ୍ତି ।  ଗ୍ରାମ ଦାଣ୍ଡରେ ବିଭିନ୍ନ ଉଠା ଦେକାନୀ ମାନେ ସେମାନଙ୍କର ବେପାର କରିବା ପାଇଁ ପସରା ଖୋଲିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୪---୮,୧୦    Sakhigopal news, 19/6/2024

Blog Archive

Popular Posts