Breaking News

ସତ୍ୟବାଦୀର ଶୈବ ପୀଠରେ ଶୀତଳ ଷ୍ଠଷ୍ଠି ଅବସରରେ ବିବାହ ବେଦୀରେ ଶିବ, ପାର୍ବତୀ



ସାକ୍ଷୀଗୋପାଳ---- ସତ୍ୟବାଦୀର ପୁରପଲ୍ଲୀରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଶୀତଳ ଷଷ୍ଟୀ ଉପଲକ୍ଷେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜିତ କରାଯିବା ସହ ଶିବ ସହସ୍ରନାମ, ଶିବପଞ୍ଚାକ୍ଷର ଆଦି ଗାନ କରାଯାଉଛି ।  ବିଳମ୍ବିତ ରାତିରେ ଶିବ, ପାର୍ବତୀଙ୍କର ଦେବନୀତି କାନ୍ତି ଅନୁଯାୟୀ ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିବାହା  ଶୋଭାଯାତ୍ରାରେ ଶଙ୍ଖ, ମହୁରୀ , ଢେମ୍ପ ନାଗେରା ବାଦ୍ୟ ସହିତ ଛତି, ତ୍ରାସ, ବୈରଖ, ମଶାଲ ଓ ଆତସବାଜି ପ୍ରଦର୍ଶନ ବେଶ ମୁଖ୍ୟ ଆକର୍ଷଣ ସାଜିଥିଲା । ବାଟବରଣ, ମଙ୍ଗଳାର୍ପଣ , ପଥମବରଣ, ଦ୍ୱତୀୟବରଣ, ମୁକୁଟ ଧାରଣ ବନ୍ଦାପନା ପରେ ନବ ଦମ୍ପତି ଙ୍କ ହାତଗଣ୍ଠି କାର୍ଯ୍ୟ ସମାପନ ପରେ ଭୋଜିଭାତ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ମନ୍ଦିର ଗୁଡିକରେ ଶିବ ପାର୍ବତୀଙ୍କ ପ୍ରତିନିଧି ଭାବରେ ବିବାହା କାର୍ଯ୍ୟ ଶ୍ରଦ୍ଧାଳୁ ମହିଳା ପୁରୁଷ ମାନେ କରିଥିଲେ ।  ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ଐଶନ୍ୟଶ୍ୱର ଦେବ ସାକ୍ଷୀଗୋପିନାଥଙ୍କ ଗୋଧନବାହୁଡା ଧୂପ ପରେ ବରଯାତ୍ରୀଙ୍କ ସଙ୍ଗରେ ଧରି ମନ୍ଦିର ନିଖଟରେ ଥିବା ରାମମନ୍ଦିରକୁ ନିକଟରେ ପହଞ୍ଚିଥିଲେ । ସେଠାରେ କନ୍ୟ ଘର ପକ୍ଷରୁ ବରଯାତ୍ରୀଙ୍କୁ ଆଳିପଣା ଦିଆଯିବା ପରେ ବାହାଘର ନୀତି ଅନୁଷ୍ଠିତ ହୋଇଥିଲା । ବରପିତା ଭାବେ କିଶୋର ମହାପାତ୍ର ରହିଥିବା ବେଳେ କନ୍ୟପିତା ଭାବେ ରାମ ନନ୍ଦ ରହିଥିଲେ । ବାହ୍ମଣ ବଂଶୀଧର ପାଢ଼ୀ ବିବାହ କାର୍ଯ୍ୟ ସମାପନ୍ନ କରିଥିବା ବେଳେ ଗୋପିନାଥ ଦାଶ ମନ୍ଦିରୁ ପୁରୋହିତ ସହଯୋଗ କରିଥିଲେ  । ସେହିପରି ବରାଳ  ବାଲୁଙ୍କେଶ୍ୱର ମନ୍ଦିରରେ ଚନ୍ଦ୍ରଶେଖର ଙ୍କ ସହିତ ଗୌରୀ, ରଙ୍ଗଣୀସାହି ଛକସ୍ଥିତ ରତ୍ନେଶ୍ୱର ମନ୍ଦିରରେ ରତ୍ନେଶ୍ୱର ଙ୍କ ସହିତ ପାର୍ବତୀ , ମଠସାହି ସ୍ଥିତ ଖଜୁରେଶ୍ୱରଙ୍କ ସହିତ ମା ପାର୍ବତୀ, ସାଣ୍ଢରା ନିଳକଣ୍ଠେଶ୍ୱର ସହିତ ପାର୍ବତୀ, ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ନଖେଶ୍ୱରଙ୍କ ସହିତ ପାର୍ବତୀ, ଧବେଳେଶ୍ୱରଙ୍କ ସହିତ ପାର୍ବତୀ, ବାସୁକେରାର ବନ୍ତେଶ୍ୱରଙ୍କ ସହିତ ପାର୍ବତୀ,  ନୂଆଗାଁରେ ନିଳକଣ୍ଠେଶ୍ୱର ଦେବ ଜୟଦୁର୍ଗାଙ୍କୁ ବିବାହ କରିଥିଲେ । ରାୟଖଣ୍ଡୀ  ଚନ୍ଦ୍ରଶେଖର ଙ୍କ ସହିତ ପାର୍ବତୀ, ବିଦ୍ୟାଧରପୁରର କୁଣ୍ଡେଳେଶ୍ୱରଙ୍କ ସହିତ ପାର୍ବତୀ, ସୁଆଣ୍ଡୋର ଲୋକେଶ୍ୱରଙ୍କ ସହ ପାର୍ବତୀ , ଅଳଗୁମର ଗତେଶ୍ୱର ଦେବଙ୍କ ସହିତ ମା ପାର୍ବତୀ , ଶୁକଳର ମେଳଣ ପଡିଆରେ ଥିବା ସିଙ୍ଗେଶ୍ୱର ଦେବଙ୍କ ସହିତ ମା ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି ।  ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଗୋପିନାଥ ଦେବଙ୍କ ମନ୍ଦିରରୁ ଚଣ୍ଡେଶ୍ୱର ଦେବ ବରବେଶରେ ବାହାରିଥିବା ବେଳେ ଗୋପିନାଥ, ଲିଙ୍ଗି ଗୋପିନାଥ, ଜଟେଶ୍ୱର, ବାଲୁଙ୍କେଶ୍ୱର, ନୀଳକଣ୍ଠେଶ୍ୱର ଠାକୁର ୫ ଟି ପୃଥକ ପୃଥକ ବିମାନରେ   ବରଯାତ୍ରୀ ଭାବରେ ଯାତ୍ରା କରିଥିବା ଦେଖିବାକୁ ମଳିଥିଲା । ବରଯାତ୍ରୀଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବରଙ୍କୁ ବାଟବରଣ କରି ବେଦୀକୁ ଅଣାଯାଇଥିଲା । ଅନୁରୁପ ଭାବରେ ବୀରନରସିଂହପୁର ଶାସନରେ ଦିଅଁବାହା ଉତ୍ସବ ପାଇଁ ବେଶ ଭିଡ ଜମିଥିଲା । ଆଜି ଶୀତଳଷଷ୍ଠୀ ଅବସରରେ ଠାକୁର ବାହା ହୋଇ ବରକନ୍ୟା ବିମାନରେ ବିଜେ କରି ପଟୁଆରରେ ଦୁଆରିଭୋଗ ଖାଇ ନିଜ ମନ୍ଦିରକୁ ବିଜେ କରିଥିଲେ । ସେହିପରି ରାୟଖଣ୍ଡିରେ ଶୀତଳଷଷ୍ଠୀ ଦିନ ନାଗାନାଚ ଅନୁଷ୍ଠିତ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୪---୬,୧୦    Sakhigopal News, 11/6/2024

Popular Posts