Breaking News

ତେଲେଙ୍ଗାନା ର ନିଖୋଜ ବ୍ଯକ୍ତିଙ୍କୁ ପରିବାର ସହ ମିଶାଇଲା ନିଷ୍ଠା ପରିବାର



 ବରଗଡ଼ ---
ବରଗଡ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ଦଶମାଇଲ ଅଞ୍ଚଳ ରେ  ଦୁଇ ତିନି ଦିନ ହେବ ଜଣେ ଅଜଣା ବ୍ୟକ୍ତି ବୟସ ୫୫ଵର୍ଷ ପାଖାପାଖି ହେବ ବୁଲୁଥିବାର ଦେଖିବାକୁ ମିଳିଥିଲା। ଦଶ ମାଇଲ ବିକାଶ ପରିଷଦ ର ସଭ୍ୟ ମାନେ  ଖାଦ୍ୟ ପାନୀୟ ଦେଇ ତାଙ୍କୁ ରଖିଥିଲେ।ଉକ୍ତ ବ୍ୟକ୍ତିଙ୍କୁ ପଚରା ଉଚରା ପରେ ଜାଣିବାକୁ ପାଇଲେ ଯେ ସେ ହେଉଛନ୍ତି ତେଲେଙ୍ଗାନା ର ୱାରଙ୍ଗଲ ରେ ତାଙ୍କ ଘର । ତାଙ୍କ ନାଁ ଦୟାକର ଓ ସେ ରେଳ ବିଭାଗ ରେ ଠିକା ଶ୍ରମିକ ଭାବେ କାମ କରନ୍ତି । ଦଶ ମାଇଲ ବିକାଶ ପରିଷଦ ର ସଭ୍ୟ ମାନେ ଏ ବିଷୟରେ ନିଷ୍ଠା ପରିବାର କୁ ଜଣାଇବା ପରେ ନିଷ୍ଠା ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ତୁରନ୍ତ ଦଶ ମାଇଲ ଛକ କୁ ପହଞ୍ଚିଥିଲେ।ତାଙ୍କୁ ବୁଝା ବୁଝି କରିବାରୁ ଜଣା ପଡିଲା ଯେ ସେ କୌଣସି କାରଣ ବଶତଃ ଘରୁ ଚାଲିଆସିଥିବା କହୁଛନ୍ତି ଓ ଘର କଥା ମନେ ପକେଇ ବହୁତ କାନ୍ଦୁଛନ୍ତି। ନିଷ୍ଠା ପରିବାର ତରଫ ରୁ ତାଙ୍କୁ ଉଦ୍ଧାର କରାଯାଇ ନିଷ୍ଠା ଭବନ ରେ ରଖାଯାଇ ଖାଦ୍ୟ ପେୟ ଦେବା ସହ ତାଙ୍କ ପରିବାର ସହ ସମ୍ପର୍କ ପାଇଁ ପ୍ରୟାସ ଆରମ୍ଭ କରିଥିଲା ନିଷ୍ଠା ପରିବାର।ରେଲୱେ ରେ କାମ କରୁଥିବା ପରିଚୟ ପତ୍ର ରୁ ହିଁ ପରିବାର ସହ ଯୋଗାଯୋଗ କରିବାକୁ ସହଜ ହୋଇଥିଲା । ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ ଭିଡିଓ କଲ ମାଧ୍ୟମ ରେ ପୁଅ ମାନଙ୍କ ସହ ଯୋଗାଯୋଗ କରିଥିଲେ। ଫୋନ ରେ ନିଜ ବାପା ଙ୍କୁ ଦେଖି ଉଭୟେ ବହୁତ କାନ୍ଦି ପକାଇଥିଲେ।ତୁରନ୍ତ ୱରଙ୍ଗଲ ରୁ ବରଗଡ଼ ଅଭିମୁଖେ ବାହାରିଥିଲେ ପରିବାର ବର୍ଗ। ଆଜି ନିଷ୍ଠା ଭବନରେ ପହଞ୍ଚିଥିଲେ ପରିବାର ବର୍ଗ । ସେ ଦୃଶ୍ୟ ଥିଲା ଅତ୍ୟନ୍ତ ନିଆରା। ଯେ କେହି ସେ ଦୃଶ୍ୟ ଦେଖିବ ଆଖିରୁ ଲୁହ ଆସିଯିବ। ନିଷ୍ଠା ଭବନ ରେ ପୁରା ପରିବାର ମଧ୍ୟାହ୍ନ ଭୋଜନ ଖାଇ ବିଶ୍ରାମ ନେଇଥିଲେ। ସନ୍ଧ୍ୟା ରେ ଦଶ ମାଇଲ ବିକାଶ ପରିଷଦର ସଭ୍ୟ ମାନେ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନଙ୍କ ଉପସ୍ଥିତି ରେ ବିଦାୟ ନେଇଥିଲେ ପୁରା ପରିବାର। ନିଷ୍ଠା ପରିବାର ଓ ଦଶ ମାଇଲ ବିକାଶ ପରିଷଦର ସଭ୍ୟ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଥିଲେ ପୁରା ପରିବାର।ସମସ୍ତଙ୍କୁ ଅନୁରୋଧ ଯଦି କେହି ଅପରିଚିତ ବ୍ୟକ୍ତି ଙ୍କୁ ଦେଖିଲେ ଦୟାକରି ମାନବିକତା ର ପରିଚୟ ଦେଇ ଟିକିଏ ଅନୁସନ୍ଧାନ କରନ୍ତୁ କିମ୍ୱା ପୋଲିସ ର ଆଶ୍ରୟ ନିଅନ୍ତୁ | ପରିବାର ରୁ ବିଚ୍ଛେଦ ଓ ପରିବାର ସହିତ ମିଳନ କେତେ ଯେ ଦୁଃଖ ଦାୟକ ଓ ମିଳନ କେତେ ଆନନ୍ଦଦାୟକ ଯିଏ ଦେଖିଛନ୍ତି ସେ ହିଁ ଜାଣିବେ |
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୬/୨୦୨୪---୭,୫୫ Sakhigopal News,21/6/2024

Blog Archive

Popular Posts