Breaking News

ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା , ଠାକୁରଙ୍କୁ ଦର୍ଶନ ପାଇଁ ଶ୍ର୍ରଦ୍ଧାଳୁଙ୍କ ପ୍ରବଳ ଭିଡ



ଭଞ୍ଜନଗର--- ଗଞ୍ଜାମ ଜିଲ୍ଲା ତତ୍କାଳୀନ ଘୁମୁସରର ଐତିହ୍ୟ ସଂସ୍କୃତି ଓ ପରମ୍ପାରର ପୀଠ ଭଞ୍ଜନଗର ଓ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରରେ ମହାସ୍ନାନ ଯାତ୍ରା  ଅନୁଷ୍ଠିତ ହୋଇଯାଇଛି। ସେବାୟତ ମାନେ ପୂଜାର୍ଚ୍ଚନା କରି ଶ୍ରୀଜଗନ୍ନାଥ , ଭାଇ ବଳଭଦ୍ର ଓ ଭଉଣି ସୁଭଦ୍ରା ଙ୍କ ସହ  ସ୍ନାନମଣ୍ଡପକୁ ବିଜେ କରିଥିଲେ। ଏହାପରେ ୧୦୮  ସୁବାସିତ କଳଶ ଜଳରେ ମହାସ୍ନାନ କରାଯିବା ପରେ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ପରେ ମହାଆଳତି କରାଯାଇଥିଲା। ଏହାପରେ ଅପେକ୍ଷା କରି ରହିଥିବା ସହ ସହ ଶ୍ରଦ୍ଧାଳୁଙ୍କୁ  ଦର୍ଶନ ଦେଇଥିଲେ। ସ୍ନାନ ଯାତ୍ରାକୁ ଯେପରି ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳା ଶହ ଦର୍ଶନ୍ନ କରିବେ ତାକୁ ନେଇ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଓ ତହସିଲଦାର ଉମାକାନ୍ତ ବେହେରା ଦୁଇ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଥିଲେ।  ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ୍ନ ପାଇଁ ଭିଡ ଲାଗିରହିଥିଲା। ଏହି ସ୍ନାନ ଯାତ୍ରାରେ କୁଲାଡ ରାଜସ୍ବ ନିରୀକ୍ଷକ କେଦାର ନାଥ ଗନ୍ତାୟତ ଓ ମନ୍ଦିରର ସମସ୍ତ ସେବାୟତ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୪----୮,୫୫ Sakhigopal News,22/6/2024

Blog Archive

Popular Posts