କୃଷିମିତ୍ର ଓ ପ୍ରାଣୀମିତ୍ର ମହାସଂଘ ପକ୍ଷରୁ ପାରିଶ୍ରମିକ ପ୍ରଦାନ ପାଇଁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷଙ୍କୁ ଦାବୀ ପତ୍ର ପ୍ରଦାନ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ନିଯୁକ୍ତି ପାଇଥିବା କୃଷିମିତ୍ର ଓ ପ୍ରାଣୀମିତ୍ର ମହାସଂଘ ପକ୍ଷରୁ ସେମାନଙ୍କୁ ତୁରନ୍ତ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରିବା ପାଇଁ ଏକ ପାବୀ ପ୍ରତ ଦେଇଛନ୍ତି । ସୁଚନାଯୋଗ୍ୟ ଯେ ୨୦୨୦ ମସିହାରେ ପ୍ରତି ପଞ୍ଚାୟତରେ ୫ଜଣ କୃଷିମିତ୍ର ଓ ପ୍ରାଣିମିତ୍ର ନିଯୁକ୍ତି ପ୍ରଦାନକରାଯାଇଥିଲା । ସେ ସମୟରେ ନିଯୁକ୍ତ ପାଇଁ ଏକ ଲିଖିତ ପରୀକ୍ଷା କରାଯାଇଥିଲା । ଯେଉଁ ମାନେ ପରୀକ୍ଷାରେ ଉର୍ତ୍ତୀଣ ହୋଇଥିଲେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ନିଯୁକ୍ତି ପାଇବା ପରଠାରୁ କିଛି କିଛି କାମ କରିବା ପରେ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଗଲା ନାହିଁ । ସତ୍ୟବାଦୀ ବ୍ଳକରେ ୧୮ ଗୋଟି ପଞ୍ଚାୟତରେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ ବାକି ୬ ଟି ପଞ୍ଚାୟତରେ ନିଯୁକ୍ତି ଦିଆଯାଇ ପାରିନଥିଲା । ପଞ୍ଚାୟତ ନିର୍ବାଚନ ସରିବା ପରେ ନିଯୁକ୍ତି ପ୍ରକିୟା ଆରମ୍ଭ କରାଯାଇଥିଲେ ମଧ୍ୟ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଜାଣି ପାରିଥିଲେ ଯେ ଏମାନଙ୍କୁ ପାରିଶ୍ରମିକ ମିଳିବା ନେଇ ଆଶଙ୍କା କରିଥିଲେ । ତେଣୁ ସେ ବାକି ୬ଟି ପଞ୍ଚାୟତରେ ଏହି ନିଯୁକ୍ତି ଉପରେ ରୋକ ଲଗାଇଥିଲେ । ମାତ୍ର ସେହି ସମୟରେ ମିଶନଶକ୍ତି ଯୋଜନା ଆସିଲା । ସେହି ଅନୁଯାୟୀ ପ୍ରତି ପଞ୍ଚାୟତରେ ଏମ ବି କେ, ସି ଆର ପି ଓବ୍ୟାଙ୍କ ମିତ୍ର ମାନଙ୍କୁ ନିଯୁକ୍ତି ଦିଆଗଲା । ସେମାନଙ୍କୁ ପାରିଶ୍ରମିକ ମିଳୁଥିବା ବେଳେ ସେମାନଙ୍କ ଆଗରୁ ନିଯୁକ୍ତି ଦିଆଯାଇଥିବା କୃଷିମିତ୍ର ଓ ପ୍ରାଣୀମିତ୍ରଙ୍କୁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିଲା ନାହିଁ । ଯାହାକି ଉକ୍ତ ମହିଳା ମାନଙ୍କ ପରିବାର ବହୁ ଅସୁବିଧାରେ ଗତି କରୁଛନ୍ତି । ସେମାନଙ୍କ ଦାବିକୁ ତୁରନ୍ତ ସରକାର ବିଚାର କରିବାକୁ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ମିନତି ବରାଳ, ସୁଚିତ୍ରା ନାୟକ, ଶୁଭଲକ୍ଷ୍ମୀ ଜେନା, କୃଷ୍ଣପିୟା ଜେନା, ଜୟନ୍ତୀ ସ୍ୱାଇଁ, ପିତିଜିତା ପ୍ରଧାନ, ମିତାଞ୍ଜଳି ପ୍ରଧାନ, ମଞ୍ଜୁଲତା ମହାପାତ୍ର, ବିଷ୍ଣୁପିୟା ମିଶ୍ର, ସଂଗୀତା ପ୍ରଧାନ, ସଶ୍ମିତା ମିଶ୍ର, ଜୟନ୍ତୀ ସେନାପତି, ମମତା ଜେନା, ପଜ୍ଞାପରମିତା ମହାନ୍ତି, ଲକ୍ଷ୍ମିପିୟା ସ୍ୱାଇଁ, ବିନୋଦିନି ମହାପାତ୍ରପ୍ରମିଳା ସ୍ୱାଇଁଙ୍କ ସହିତ ମହାସଂଘର ସଂଯୋଜକ ତଥା ନରେନ୍ଦ୍ର ପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୬/୨୦୨୪---୫,୨୫