Breaking News

ବହୁ ଚର୍ଚ୍ଚିତ ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ୨ ଗିରଫ, ୩ ଫେରାର

 ବାଲିଗୁଡା - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ବହୁ ଚର୍ଚ୍ଚିତ ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣା ରେ  ୱାରେଣ୍ଟ ବଳରେ ୨ ଗିରଫ ସୋଇଥିବା ଜଣାପଡିଛି  l  ଅଭିଯୁକ୍ତ ମାନେ ହେଲେ ଶ୍ୟାମ ସୁନ୍ଦର ପାତ୍ର ଓ ବିଶ୍ଵନାଥ ପାତ୍ର l ପାଞ୍ଚ ଅଭିଯୁକ୍ତ ଙ୍କ ମଧ୍ୟରୁ  ୨ ଜଣକୁ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ୩ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି l    ଜୁନ ୨୦ ତାରିଖ ରେ ହାଜିର୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ କୋର୍ଟ l ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ର ବ୍ୟବସାୟୀ ଶ୍ୟାମ ସୁନ୍ଦର ପାତ୍ର, ବିଶ୍ବନାଥ ପାତ୍ର , ଗୋପାଳ ଚନ୍ଦ୍ର ପାତ୍ର, ରାମ ଚନ୍ଦ୍ର ପାତ୍ର ଏବଂ  ଆନନ୍ଦ ପ୍ରସାଦ ଆଚାର୍ଯ୍ୟ l ଏହି ପାଞ୍ଚଜଣ ଅଭିଯୁକ୍ତ ହତ୍ୟାକାଣ୍ଡ ରେ ସାମିଲ୍ ଥିବା ନେଇ କୋର୍ଟ ହୃଦୟଙ୍ଗମ କରି ଥିବାରୁ ନୋଟିସ୍ କରିଛନ୍ତି l 2019 ମସିହାରେ ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା ରେ 6 ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ l ହତ୍ୟାକାଣ୍ଡ ରେ ସଂପୃକ୍ତି ନେଇ ଅଭିମନ୍ୟୁ ଙ୍କ ପରିବାର ଲୋକେ ଏହି ପାଞ୍ଚଜଣ ଅଭିଯୁକ୍ତ ଙ୍କ ନାମ ଏତେଲl ରେ ଦର୍ଶାଇ ଥିଲେ ମଧ୍ୟ ପୁଲିସ୍ ହତ୍ୟାକାଣ୍ଡ ରେ ସଂପୃକ୍ତି ନାହିଁ କହି ଛାଡିଦେଇଥିଲା l ବାଲିଗୁଡା ପୋଲିସ୍ ହତ୍ୟାକାଣ୍ଡ ରେ ସାମିଲ୍ ଥିବା ଅନ୍ୟ 5 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବହୁ ଦିନପରେ ଗଞ୍ଜାମ ଜିଲ୍ଲା ଆସ୍କା ରୁ ମାଷ୍ଟର ମାଇଣ୍ଡ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଏତେଲା ରେ ଥିବା ଏହି 5 ଅଭିଯୁକ୍ତ ଙ୍କ ନାଁ ରେ ଚାର୍ଜସିଟ ଦାଖଲ କରିନଥିଲା l ମାମଲା ର ବିଚlର ବେଳେ 14 ଜଣ ସାକ୍ଷୀ ଙ୍କ ବୟାନ କୁ ନେଇ କୋର୍ଟ ହୃଦୟଙ୍ଗମ କରିଥିଲେ ଯେ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡ ରେ ଏହି 5 ଅଭିଯୁକ୍ତ ମାନେ ମଧ୍ୟ ସାମିଲ୍ ଅଛନ୍ତି l  ୨୦ ତାରିଖ ରେ ହାଜିର୍ ହେବାକୁ  ବ୍ରହ୍ମପୁର ଜିଲ୍ଲା ଦୌରାଜଜ କୋର୍ଟ  ନୋଟିସ୍  କରିଥିଲେ ମଧ୍ଯ ଅଭିଯୁକ୍ତ ମାନେ କୋର୍ଟ ରେ ହାଜର ହୋଇ ନଥିଲେ l ୱାରେଣ୍ଟ ବଳରେ ପୋଲିସ୍  ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ତିନି ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି lସୂଚନା ଯୋଗ୍ୟ ଯେ 2019 ମସିହା ଡିସେମ୍ବର 10 ତାରିଖ ଦିନ ବାଲିଗୁଡ଼ା ପାତ୍ର ସାହିରେ ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ଙ୍କୁ ଦୁଇଜଣ ଦୁର୍ବୃତ୍ତ ଘରୁଡାକି ଗୁଳି  କରିଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯଇ ଥିଲା l ଡାକ୍ତର ଅଭିମନ୍ୟୁ ଙ୍କୁ ମୃତ ଘୋଷଣା କରିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୨/୬/୨୦୨୪--୭,୪୫ Sakhigopal News,22/6/2024

Blog Archive

Popular Posts