ଭଞ୍ଜନଗରରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ଭଞ୍ଜନଗର --- ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗର ବେଲେଶ୍ବର ଶୈବ ପୀଠରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିଲେ।ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଓ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର ଯୋଗଦେଇଥିଲେ।ଉକ୍ତ ଯୋଗ ଶିବିରରେ ଶରୀର ପ୍ରତି ଯୋଗର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଉଚିତ ବୋଲି ଅତିଥି ଗଣ ବକ୍ତବ୍ୟ ରେ କହିଥିଲେ। ଯୋଗ ଶିବିର ରେ ମାନ୍ୟବର ବିଧାୟକଙ୍କ ସମେତ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ,ତହସିଲଦାର ଉମାଶଙ୍କର ବେହେରା,ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରି ଗଣ,ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ସାମ୍ବାଦିକ ବନ୍ଧୁ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗାଭ୍ୟାସ କରିଥିଲେ।ଏଥିରେ ପ୍ରଶିକ୍ଷକ ଭାବେ ସୁବାଷଚନ୍ଦ୍ର ଗୌଡ,ସୁବ୍ରତ କୁମାର ପ୍ରଧାନ,ଆଲୋକ ସ୍ବାଇଁ, ଦୁର୍ଯ୍ୟୋଧନ ନାୟକ,ପ୍ରଦିପ କୁମାର ବେହେରା, ଶରତ ଚନ୍ଦ୍ର ବେହେରା, ଶଚିତ୍ର କୁମାର ନାୟକ, ଜୋତ୍ସାରାଣୀ ସାହୁ,ଯାଜ୍ଞସେନୀ ନାୟକ,ସପ୍ନେଶ୍ବରୀ ଦିଗାଲ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଯୋଗ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଆନ୍ତର୍ଜାତୀୟ ଯୋଗ ଦିବସ ର ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆବାହକ ଥିଲେ ବିଦ୍ୟାଳୟର ଏନ୍ ସି ସି ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର I ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ଏନ୍ ସି ସି ଆର୍ମୀ , ନେଭି ଓ ଏୟାର କ୍ୟାଡେଟ ମାନେ । ପ୍ରଥମେ ଆଜିର ଦିନର ମହତ୍ତ୍ଵ ଓ ଚଳିତ ବର୍ଷର ଥିମ୍ " ସମାଜ ଓ ନିଜ ନିମିତ୍ତ ଯୋଗ " ବିଷୟରେ ବର୍ଣ୍ଣନା କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭ ରେ ଶ୍ରୀ ମିଶ୍ର ଓ ଏୟାର ଏନ୍ ସି ସି ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ବିଭିନ୍ନ ଯୋଗ , ପ୍ରାଣାୟାମ ଆଦି ପ୍ରଦର୍ଶନ କରିଥିଲେ । ଅନ୍ୟମାନେ ତାହାକୁ ଅନୁସରଣ କରିଥିଲେ । ନଭଲ କେୟାର ଟେକର ଇପିରିୟମ ବଡ଼ରାଇଟ , କ୍ରୀଡା ଶିକ୍ଷୟତ୍ରୀ ସ୍ୱପ୍ନେଶ୍ୱରୀ ଦିଗାଲ୍, ବରିଷ୍ଠ ଶିକ୍ଷୟିତ୍ରୀ ସସ୍ମିତା ନାୟକ, ବିଳାସିନୀ ଜେନା, ବନିତା ସ୍ବାଇଁ, ଗଙ୍ଗା କହଁର, ସୁଚିସ୍ମିତା ପ୍ରଧାନ, କାଜଲ୍ ବେହେରା, ବିଭୁ ମହିମା ପ୍ରଧାନ, କିରଣ କହଁର, ସୁରେଶ ପ୍ରଧାନ, ସୁନିଲ୍ ବେହେରା, ମିନତୀ ବିଷୋୟୀ, ଜ୍ୟୋତ୍ସ୍ନା ରାଣୀ ନାୟକ, ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ ପ୍ରମୁଖ ଏବଂ ସମସ୍ତ କର୍ମଚାରୀ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିବା ସହିତ ଅଂଶ ଗ୍ରହଣ କରିଥିଲେ । ସୁସ୍ଥ ରହିବାକୁ ହେଲେ ଯୋଗ କରିବା ଅନିବାର୍ଯ୍ୟ ବୋଲି ପ୍ରଧାନ ଶିକ୍ଷକ ମତ ଦେଇଥିଲେ ।

ସେହିପରି ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ସମସ୍ତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଯୋଗର ମହତ୍ତ୍ଵ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ବିଶ୍ଵନାଥ ପାଣିଗ୍ରାହୀ ପ୍ରତି ଦିନ ଯୋଗାଭ୍ୟାସ କରି ସୁସ୍ଥ ସମାଜ ଗଠନକରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସୁପରିଚାଳନାର ଦାୟିତ୍ଵ ନିର୍ବାହ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୪----୬,୩୫ Sakhigopal News,22/6/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୪----୬,୩୫ Sakhigopal News,22/6/2024