Breaking News

ପ୍ରଧାନମନ୍ତ୍ରୀଙ୍କ ପିଏମକିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଅଣଦେଖା କଲା

 

ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକ ଛକ ସ୍ଥିତ ପୁରୀ  କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୧୮ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ପିଏମକିଷାନ ଯୋଜନାର ୧୭ ତମ କିସ୍ତି ପ୍ରଦାନର ଭିଡିଓ ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡା ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସହିତ ବିଜେପିର ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ହୋଇଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିବା ସହିତ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋବା ସହ ବିଜେଡି କର୍ମୀ ଓ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପକରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ପଚାରିବାରୁ ସେ କହନ୍ତି କାର୍ଯ୍ୟବ୍ୟସ୍ତତା ଯୋଗୁ ବ୍ଳକ ଅଧ୍ୟକ୍ଷଙ୍କୁ ଡାକିବାକୁ ଭୁଲି ଯାଇଛୁ ବୋଲି ନିଜେ ଅକ୍ଷମତା ପ୍ରକାଶ କରିବା ସହ ଆଗକୁ ଆଉ ସେପରି ଭୁଲ ହେବନାହିଁ ବୋଲି କହିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୪---୮,୧୦  Sakhigopal News,19/6/2024

Blog Archive

Popular Posts