Breaking News

>>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ



    ସାକ୍ଷୀଗୋପାଳ--- ସତ୍ୟବାଦୀରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହିତ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକ ପ୍ରଶାସନ ଓ ପତଞ୍ଜଳି ଯୋଗ ପରିବାରର ମିଳିତ ଆନୁକୂଲ୍ୟରେ ସତ୍ୟବାଦୀ ହାଇସ୍କୁଲ ପରିସରରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ବିଡିଓ ଲିପିସା ରାୟ ଯୋଗ ଶିବିରଟିକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ପତଞ୍ଜଳି ଯୋଗ ପରିବାରର ସଭାପତି ପ୍ରହଲ୍ଲାଦ ଘଟୁଆରୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପୁର୍ବ ପ୍ରାନ୍ତ ଭାରତ ବିକାଶ ପରିଷଦର ସଭାପତି ସତ୍ୟବାଦୀ ଦାଶ , ଯୋଗ ଶିକ୍ଷକ ସୁବାଷ ଚନ୍ଦ୍ର ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ବିଷ୍ଠୁପିୟା ବରାଳ  ପ୍ରମୁଖ ଯୋଗ ଦେଇ ଯୋଗର ଉପକାରିତା ଉପରେ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ପ୍ରତିଦିନ ୩୦ରୁ ୫୦ ମିନିଟ ଯୋଗ କରନ୍ତୁ ନିଜକୁ ରୋଗ ଠାରୁ ମୁକ୍ତ ରଖନ୍ତୁ ବୋଲି ଅତିଥି ଭାବେ ଯୋଗ ଦେଇଥିବା ସତ୍ୟବାଦୀ ଦାଶ ଉପସ୍ଥିତ ଥିବା ଛାତ୍ର ଛାତ୍ରୀଙ୍କ ସହିତ ବ୍ଳକର ବିଭିନ୍ନ ପଞ୍ଚାୟତର ଭିଏଲଡ୍ୟୁ ଓ କର୍ମଚାରୀଙ୍କ ସହିତ ପତଞ୍ଜଳି ପରିବାରର ସଦସ୍ୟ ସଦସ୍ୟା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ । ଭାରତ ବିକାଶ ପରିଷଦର ସମ୍ପାଦକ ନବଘନ ଶତପଥୀଙ୍କ ସହିତ ବିଜୟ କୁମାର ପରିଡା, ବିଷ୍ଣୁ ମହାରଣା , ବସନ୍ତ ସ୍ୱାଇଁ, ଅନୀଲ କୁମାର ବେହେରା ଓ ପତଞ୍ଜଳି ଯୋଗ ପରିବାର ସମ୍ପାଦକ ବିଷ୍ଠୁ ପ୍ରସାଦ ମିଶ୍ର, ପ୍ରତାପ ମହାଭୋଇ, ତାରେଣୀ ମିଶ୍ର  ସତ୍ୟବାଦୀ ହାଇସ୍କୁଲର ଶାରୀରିକ କ୍ରୀଡା ଶିକ୍ଷକ ସୁଚିତ୍ର ଖଟୋଇ ପ୍ରମୁଖ ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟ ପରିସରରେ ଆନ୍ତ ର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଶିବିରରେ ଭାରପ୍ରାପ୍ତ କୁଳପତି ଡ, ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ତତ୍ୱବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏ୍‌ ରେ କୁଳସଚିବ ରଶ୍ମିରେଖା ଦାସ, ନାରାୟଣ ପ୍ରସାଦ ବେହେରା, ଡ. ଲିପିକା ନାୟକ, ଡ, ରାଧା ୋବିନ୍ଦ କୋଇଲାଙ୍କ ସହିତ ଛାତ୍ର ଛାତ୍ରୀ ମାନେ ଯୋଗ ଶିବିରରେ ଅଂଶ ଗ୍ରହଣ କରିଥିଲେ ।  ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ତରଫରୁ ମୂଳ ଅଳସା, ଶ୍ରୀରାମଚନ୍ଦ୍ରପୁର, ନୂଆସୋମେଶ୍ୱରପୁର ଓ ବୀରରାମଚନ୍ଦ୍ରପୁର ଗ୍ରାମରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।


    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୬/୨୦୨୪----୭,୨୫   Sakhigopal News, 21/6/2024

    Blog Archive

    Popular Posts