Breaking News

ବିନା ଟିକେଟ ଯାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଜାରି ହେଲା କଡା ଆଇନ ସରଂକ୍ଷିତ ଯାତ୍ରୀଙ୍କ ସୁବିଧା ପାଇଁ ଜାରି ହେଲା ୧୩୯ ହେଲ୍ପଲାଇନ ନଂ




ଜଟଣୀ --ବର୍ତ୍ତମାନର ଗ୍ରୀଷ୍ମ ଏବଂ ଉତ୍ସବ ସମୟକୁ ଦୃଷ୍ଟିରେ ରଖି ସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଧାରକଙ୍କ ଯାତ୍ରାକୁ ରୋକିବା ପାଇଁ ଏବଂ ପ୍ରକୃତ ଟିକେଟଧାରି ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ,  ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ତୀବ୍ର ଟିକେଟ୍ ଯାଞ୍ଚ ଡ୍ରାଇଭ୍ ଆରମ୍ଭ କରାଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେ ଥିବା ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରୁ ଯାଉଥିବା ସମସ୍ତ ଟ୍ରେନ୍ ଗୁଡ଼ିକ, ବାଣିଜ୍ୟିକ ଅଧିକାରୀ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ତିଆରି ହେଇଥିବା ଦଳ ଦ୍ୱାରା ଯାଞ୍ଚ କରାଯାଉଛି। ଯାତ୍ରୀମାନଙ୍କ ମଧ୍ୟରେ ‘କେବଳ ଉପଯୁକ୍ତ ଟିକେଟ୍ ସହିତ ଯାତ୍ରା’ ଉପରେ ସଚେତନତା ସୃଷ୍ଟି କରିବା ପାଇଁ, ଅନିୟମିତ ଏବଂ ବିନା ଟିକେଟ୍ ଧାରକମାନେ ଟ୍ରେନ୍ ରୁ ଓହ୍ଲାଇ  ଦିଆ ଯାଉଛି । ଏହା ସହିତ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ଚାଲୁଥିବା ତୀବ୍ର ଟିକେଟ୍ ଯାଞ୍ଚ ଡ୍ରାଇଭଗୁଡିକର ଏକ ଅଂଶ ଭାବରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେ ୧୫ତାରିଖରେ ବାଣିଜ୍ୟିକ ଟିକେଟ୍ ଯାଞ୍ଚ ଏବଂ ଆରପିଏଫ୍ କର୍ମଚାରୀଙ୍କ ଦ୍ୱାରା, 28 ଟି ଟ୍ରେନ୍ ଯାଞ୍ଚ କରାଯାଇଛି। ଅଣସଂରକ୍ଷିତ ଟିକେଟ୍ ଥିବା ମୋଟ 635 ଯାତ୍ରୀଙ୍କୁ ସଂରକ୍ଷିତ କୋଚରୁ ଓହ୍ଲାଇ ଦିଆ ଯାଇଛି ଏବଂ 356 ଜଣ ଯାତ୍ରୀଙ୍କ ଉପରେ 1,50,880 ଟଙ୍କା ଜୋରିମାନା ଲାଗୁ କରାଯାଇଥିବା ଜଣାପଡିଛି। କେବଳ ଅନୁମତିପ୍ରାପ୍ତ କୋଚରେ ପ୍ରାଧିକୃତ ଟିକେଟ୍ ସହିତ ଯାତ୍ରା କରିବା ପାଇଁ,  ସମସ୍ତ ରେଳ ଷ୍ଟେସନରେ PA ସିଷ୍ଟମ ମାଧ୍ୟମରେ ନିୟମିତ ଘୋଷଣା କରାଯାଉଛି। 
ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ଙ୍କ ନିର୍ଦ୍ଦେଶରେ ଡିଭିଜନାଲ କଣ୍ଟ୍ରୋଲ ଅଫିସରେ ଯୁଦ୍ଧ କକ୍ଷ ସ୍ଥାପନ କରାଯାଇ ଯାତ୍ରୀଙ୍କ ଅଭିଯୋଗ ଉପରେ ନଜର ରଖାଯାଇଛି। ଏହି ଯୁଦ୍ଧ ପ୍ରକୋଷ୍ଠକୁ ସମସ୍ତ ବିଭାଗର ଅଧିକାରୀମାନେ ପ୍ରକୃତ ସମୟ ଭିତ୍ତିରେ, ଗ୍ରହଣ କରାଯାଇଥିବା ଯାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ପରିଚାଳନା କରୁଛନ୍ତି।
ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା, ସମସ୍ତ ରେଳ ବ୍ୟବହାରକାରୀଙ୍କୁ,  ନିଜ ତଥା ସାଥୀ ଯାତ୍ରୀମାନଙ୍କ ଟ୍ରେନ୍ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାକୁ ଏଡାଇବା ପାଇଁ,  ଉପଯୁକ୍ତ କୋଚରେ ଉପଯୁକ୍ତ ଟିକେଟ୍ ସହିତ ଯାତ୍ରା କରିବାକୁ ଅନୁରୋଧ କରିଛନ୍ତି | ଯାତ୍ରୀମାନେ ଟ୍ରେନ୍ ଯାତ୍ରା ସମୟରେ, କୌଣସି ପ୍ରକାର ଅସନ୍ତୋଷ ପରିବେଶ ଅନୁଭବ କଲେ ରେଳ ବିଭାଗର ହେଲ୍ପ ଲାଇନ ନମ୍ବର ୧୩୯  ର ସାହାଯ୍ୟ ନେବାକୁ ଅନୁରୋଧ କରିଛନ୍ତି |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୬/୨୦୨୪----୪,୩୫ Sakhigopal News,17/6/2024

Blog Archive

Popular Posts