>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଅଧ୍ୟକ୍ଷଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

     
    ବରଗଡ଼ ---- ଅତାବିରା ବ୍ଲକ ସ୍ଥିତ କଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ  ସୁରେନ୍ଦ୍ର କୁମାର ଦାଶ ଙ୍କ ଚାକିରୀ  କାର୍ଯ୍ୟକାଳ ସମାପନ ହେତୁ ତାଙ୍କୁ ଅବସରକାଳୀନ  ବିଦାୟ ସମ୍ବର୍ଦ୍ଧନା ଦିଆଯାଇଅଛି । ବିଦ୍ୟାଳୟର ନୂତନ ଅଧ୍ୟକ୍ଷ  ମାନଭଞ୍ଜନ ପୁରୋହିତଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗଦେଇଥିଲେ । ଜୀବନର ତିରିଶି ବର୍ଷ ଚାକିରୀ କାଳରେ ଜଣେ ପ୍ରବୀଣ ଇତିହାସ ବିଭାଗର ଅଧ୍ୟାପକ ସହ ଦକ୍ଷ ପ୍ରଶାସକ ଭାବରେ  ସେ ବେଶ୍ ଜଣାଶୁଣା । ତାଙ୍କ  ସମୟରେ ସରକାରୀ ଧନ୍ଦାମୂଲକ କଲେଜ, ଇନ୍ଦିରା ଗାନ୍ଧି ମୁକ୍ତବିଶ୍ବବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର, ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ ଖୋଳିଅଛି । ଏଥିସହ ଜଣେ  ସରଳ,ମିଷ୍ଟଭାଷୀ, ମେଳାପୀ, ଛାତ୍ରବତ୍ସଳ ଭାବରେ ଲୋକପ୍ରିୟ ଥିଲେ ।  ଶେଷରେ ତାଙ୍କର ଅବସରକାଳୀନ ଜୀବନ ସୁଖମୟ କାମନା କରି ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୬/୨୦୨୪---୬,୨୫ Sakhigopal News,3/6/2024

    Blog Archive

    Popular Posts