Breaking News

ବେଆଇନ୍ ହୋର୍ଡ଼ିଂ ଓ ବ୍ୟାନର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ ସାହସ ପାଉନାହିଁ




ଜଟଣୀ : ପୌର ପ୍ରଶାସନ ପକ୍ଷରୁ ସହର ମଧ୍ୟରେ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହର ମଧ୍ୟରେ ଥିବା ମୁଖ୍ୟ ରାସ୍ତା କଡ, ଡିଭାଇଡର ଓ ଛକ ମାନଙ୍କରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଗତ ଭାବେ କେତେକ ବ୍ୟକ୍ତି, ବ୍ୟବସାୟୀ ସଂଘ, ସଂଗଠନ ନିଜ ପ୍ରଚାର ପ୍ରସାର ପାଇଁ ବେଆଇନ୍ ଭାବେ ହୋର୍ଡ଼ିଂ,ବ୍ୟାନର ସହିତ କାନ୍ଥ ବାଡ଼ ଆଦି ସ୍ଥାନରେ ଯିଏ ଯେଉଁଠି ପାରିଲା ପୋଷ୍ଟର ମାନ ଲଗାଇଛନ୍ତି l ରାସ୍ତା କଡ଼ରେ ମାଳ ମାଳ ହୋର୍ଡ଼ିଂ । ସହରର ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଗାଡି ଚାଳକଙ୍କ ଦୃଷ୍ଟି ଭଙ୍ଗ ଜନିତ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏହି ବେଆଇନ୍ ହୋର୍ଡ଼ିଂ ଯୋଗୁଁ ପୌର ପାଳିକାର ଯଥେଷ୍ଟ ରାଜସ୍ଵ ହାନି ହେଉଛି ।ଏହି ମନଇଛା କାର୍ଯ୍ୟକଳାପ ଉପରେ ପୌର ପ୍ରଶାସନ ଏକ ରକମ୍ ହାତ ଟେକି ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ହୋର୍ଡ଼ିଂ ଓ ବ୍ୟାନର ଲଗାଯିବାର ପୂର୍ବରୁ ପ୍ରଥମେ ମ୍ୟୁନିସିପାଲଟିରୁ ଅନୁମତି ଓ ଆବଶ୍ୟକ ଅର୍ଥ ପୈଠ କରିବାପରେ ଅନୁମତି ମିଳିଥାଏ । ତାପରେ ବ୍ୟାନର ଆଦି ଲାଗିବା କଥା, ହେଲେ ଏ ସବୁକୁ କେହି ନ ମାନି ଜୋର୍ ଜାର୍ ମୂଲକ ତାର ନୀତିରେ ବହୁ ସଂଖ୍ୟାରେ ଏଭଳି ହୋର୍ଡ଼ିଂ ଓ ବ୍ୟାନର ଆଦି ବିଦ୍ୟୁତ ଖୁଣ୍ଟ ଆଉ ବାଁଉଶ ଫ୍ରେମ୍ ରେ ବାନ୍ଧୁଛନ୍ତି l ବେଆଇନ୍ ଭାବେ ରାସ୍ତା କଡ଼ ମାନଙ୍କରେ ବିରାଟକାୟ ଫ୍ରେମ୍ ବନ୍ଧା ଯାଉଥିବା ବେଳେ ସେହି ବ୍ୟକ୍ତି ବିଶେଷ ଓ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୌର ପ୍ରଶାସନ ପକ୍ଷରୁ ହାତ ଯିବାକୁ ସାହସ ପାଉନାହିଁ l ଅପରପକ୍ଷେ ରେଳବାଇ ସୀତାରାମ୍ ଛକ ଠାରେ ଥିବା ରେଳ ଜମି ଉପରେ ଲାଗିଥିବା ବେଆଇନ୍ ବ୍ୟାନର ଓ ହୋର୍ଡ଼ିଂ ଲଗାଇଥିବା ସଂସ୍ଥା ମାନଙ୍କ ପ୍ରତି ରେଳ ବିଭାଗ କି ପ୍ରକାର ନିୟମ କରିଛନ୍ତି ନା ଅବଗତ ନାହାନ୍ତି ବୋଲି ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି l ଅନ୍ୟାନ୍ତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାନୀୟ ମସଜିଦ୍ ଛକ ଠାରେ ବିଜ୍ଞାପନ ପ୍ରଦର୍ଶନ ପାଇଁ ଏକ ଡିସ୍ ପ୍ଲେ ଟାୱାର ସ୍ଥାପନ କରାଯାଇଥିଲେ ମଧ୍ୟ ସେଥିରେ କେବଳ ଜାଗା ମିସନ ଓ ଭଜନ କାର୍ଯ୍ୟକ୍ରମ ଛଡା କେବେ କୌଣସି ସଂସ୍ଥାର ବିଜ୍ଞାପନ ପ୍ରଦର୍ଶିତ ଦେଖିବାକୁ ମିଳିନଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ l ଅନ୍ୟ ପକ୍ଷରେ ସହରରେ କେଉଁ କେଉଁ ସଂସ୍ଥା କେଉଁ କେଉଁ ସ୍ଥାନରେ କେତେ ସାଇଜ, କେତେ ଟଙ୍କାର ରସିଦ୍ କାଟି ବିଜ୍ଞାପନ ପ୍ରଦର୍ଶନ ପାଇଁ ଅନୁମତି ପାଇଛନ୍ତି ଓ କେତେ ଟଙ୍କା ସେ ବାବଦରେ ଆଦାୟ ଓ ଅନାଦେୟ ହୋଇ ରହିଛି ତାକୁ ସୂଚନା ଆଇନ୍ ଆଧାରରେ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରୁନାହିଁ l ତେବେ ନିୟମକୁ ଅଣଦେଖା କରି ଅନେକ୍ ଅସାଧୁ ବ୍ୟବସାୟୀ ବର୍ଷ ତମାମ ନିଜର ବିଜ୍ଞାପନ ପ୍ରଦର୍ଶନ କରିଚାଲିଥିଲେ ମଧ୍ୟ ମ୍ୟୁନିସିପାଲଟି ପାଖରେ ଏହାର ସରକାରି ହିସାବ ରହୁନାହିଁ । ଯାହାକୁ ଆଳ ଦେଖାଇ ପୌର କର୍ମଚାରୀମାନଙ୍କୁ ହାତ କରି ବହୁ ରାଜନେତା, ବ୍ୟବସାୟିକ ସଂସ୍ଥା ନିଜସ୍ବ ସ୍ୱାର୍ଥ ପାଇଁ ଏହାର ଲାଭ ଉଠାଉଛନ୍ତି l କେତେବେଳେ କେମିତି ଉପରିସ୍ଥ ଅଧିକାରୀମାନଙ୍କ ନାଲିଆଖିର ଭୟରେ ଅସାଧୁ କର୍ମଚାରୀ ମାନେ ଲୋକ ଦେଖାଣିଆ ଭାବେ କୋଉଠି ବ୍ୟାନର ଛିଣ୍ଡାଉଥିବା କାଁଭାଁ ଦେଖିବାକୁ ମିଳେ। ବିଭାଗୀୟ କର୍ମଚାରୀ ଓ ସମ୍ପୃକ୍ତ ସଂସ୍ଥା ମାନଙ୍କର ଭିତିରିଆ ବୁଝାମଣା ପାଇଁ ଏପରି ସମ୍ଭବ ହୋଇପାରୁଛି l  ଏଥିପ୍ରତି ପୌର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୪----୧୦,୩୫ Sakhigopal News,10/6/2024

Popular Posts