Breaking News

ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ର ୧୫ତମ ପ୍ରତିଷ୍ଠା ଦିବସ ଅବସର ରେ ରକ୍ତଦାନ ସଚେତନତା ଓ ବାଇକ ଶୋଭାଯାତ୍ରା



ବରଗଡ଼ ----
ବରଗଡ଼ ଜିଲ୍ଳା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ୧୫ତମ ପ୍ରତିଷ୍ଠା ଦିବସ ଜୁନ ୧୪ତାରିଖ ରେ ନିଷ୍ଠା ଭବନ ଆନ୍ଧ୍ର କେମ୍ଫ, ଖଣ୍ଡହଥା ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଅବସର ରେ ପ୍ରତ୍ୟେକ ବର୍ଷ ଏକ ରକ୍ତ ଦାନ ସଚେତନତା ଓ ବାଇକ ଶୋଭାଯାତ୍ରା ର ଆୟୋଜନ ହୋଇଥାଏ। ଏହି ବର୍ଷ  ବରଗଡ଼ କୃଷକ ବଜାର ରୁ ନିଷ୍ଠା ପରିବାର ର ଶହ ଶହ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ପୁରା ବରଗଡ଼ ସହର ପରିକ୍ରମା କରିଥିଲା।ଏହି ବାଇକ ଶୋଭାଯାତ୍ରା କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ, ଜନ୍ମେଜୟ ସାମଲ ଓ ଜ୍ଞାନ ପ୍ରକାଶ କର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ଶୁନ ଥିବା ବେଳେ ଯୁବ ପିଢ଼ି ଆଗକୁ ଆସି ରକ୍ତ ଦାନ କରିବା ପାଇଁ ଲୋକ ମାନଙ୍କୁ ସଚେତନତା କରିବା ବାଇକ ଶୋଭାଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ନିଷ୍ଠା ପରିବାର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ, ବିଦ୍ୟାଧର ଭୋଇ, ଜୟନ୍ତ ପ୍ରଧାନ,ସଚି ପଣ୍ଡା, ଜିତୁ ମହାପାତ୍ର, ସଭାପତି ରକ୍ଷପାଲ ସାହୁ ସଂପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା ,ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୂଳା ଓ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବାଇକ ଶୋଭାଯାତ୍ରା କୁ ସଫଳ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୬/୨୦୨୪----୮,୪୫ Sakhigopal News,12/6/2024

Blog Archive

Popular Posts