Breaking News

ଭଞ୍ଜନଗର ନବ ନିର୍ବାଚିତ ବିଧାୟକଙ୍କ ସମୀକ୍ଷା ବୈଠକ, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ : ପ୍ରଦ୍ୟୁମ୍ନ



 ଭଞ୍ଜନଗର,- ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଭେଟି ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ତାଗିଦ୍ କରିବା ସହ କୈାଣସି ପରିସ୍ଥିତି ରେ ମଧ୍ୟ ଦୁର୍ନୀତି କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ବିଜେପି ଲୋକଙ୍କ ସରକାର। ଏହି ସରକାର ପୂର୍ବ ସରକାରଙ୍କ ଭଳି ଆଉଟ୍ ସୋର୍ସି° ସରକାର ନୁହଁ। ଏଣୁ ପ୍ରତ୍ୟେକ କାମ ପାଇଁ ସରକାର ଉତ୍ତର ଦାୟୀ ରହିବେ। ଏଣୁ ଲୋକଙ୍କ ଉନ୍ନତି ପାଇଁ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସଭିଏଁ କାମ କରିବାକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଜିତ  ବୈଠକରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ ।ଏଥିରେ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
  ବିଧାୟକ ଶ୍ରୀ ନାୟକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପହଞ୍ଚିବା ପରେ ସେଠାରେ ପ୍ରଥମେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ। ଏଥିରେ ଜଳସମ୍ପଦ,ସ୍ବାସ୍ଥ୍ୟ, କ୍ଷୁଦ୍ର ଜଳ ସେଚନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ବ୍ଳକ ପ୍ରଶାସନ, ରାଜସ୍ବ ପ୍ରଶାସନ, ପୁର୍ତ୍ତ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୬/୨୦୨୪----୧,୩୫ Sakhigopal News,27/6/2024

Blog Archive

Popular Posts