Breaking News

ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ୫ଟି ସାମିଲ ହେଲା


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ କୁ ଓଡଶା ସରକାର ଙ୍କ ୫ଟି ଯୋଜନାରେ ସାମିଲ ହୋଇଛି । ଏହି ଅବସରରେ ଏକ ସାଧାରଣ ସଭାରେ ଆୟୋଜନ କରାଯାଇଥିଲା। ସଭା ସ୍ଥଳକୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ  ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ, ଓଡିଶା ମହିଳା ବିଜୁଜନତା ଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇଥିଲେ । ପ୍ରଥମେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରି  ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ଉପାଧ୍ୟକ୍ଷ ଡୋଳାମଣି କ୍ଷେତି, ବାଳିକା ବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠା ଡଃ ମନୋରଞ୍ଜନ ମେହେର, ସ୍ତାନୀୟ ସରପଞ୍ଚ ଉଦ୍ଧବ  ବାରିକ,ସମିତି ସଭ୍ୟା ରିଙ୍କି ସେଟ, ବିଦ୍ୟାଳୟ ର ସଭାପତି ମୋହନ ଚନ୍ଦ୍ର ଦୋରା, ଅବସରପ୍ରାପ୍ତ ଶିକ୍ଷକ ଶୁଶିଲ କୁମାର ଭୂଏ, କୀର୍ତ୍ତନ ପଟେଲ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ୫ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ ଉପଲବ୍ଧ ଶିକ୍ଷା ସୁବିଧା ସୁଯୋଗ ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ।ଆଗକୁ ଯାହା ଦରକାର ବାଳିକା ବିଦ୍ୟାଳୟ କୁ ସାହାଯ୍ୟ ସହଯୋଗ ସେ  ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରୀ, ଅଭିଭାବକ, ଅଭିଭାବିକା, ଏସ ଏସ ଜି ମହିଳା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୭/୨୦୨୩----୮,୨୫ Sakhigopal News,4/7/2023

Blog Archive

Popular Posts