ପପଙ୍ଗା କେନାଲ ଠାରୁ ପୋଢବାଡି ରାସ୍ତାର ଅବସ୍ଥା ଏବେ ଶୋଚନୀୟ
ବରଗଡ଼--- ବରଗଡ ଜିଲ୍ଲା ଅତାବିରା ବ୍ଲକ ପପଙ୍ଗା କେନାଲ ଠାରୁ ପୋଢବାଡି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ତନ୍ମମଧ୍ୟରୁ କପାବାରୀ ଆନ୍ଧ୍ରପଡା ଠାରୁ କୁମ୍ଭାରବନ୍ଧ ରାସ୍ତା ମଧ୍ୟ ରେ କେନାଲ ଏକ ବ୍ରିଜ ରହିଛି,ତାହାର ସାଇଟ ୱାଲ ଭୁଷୁଡ଼ି କେନାଲ ଭିତରେ ପଡିଛି। ବ୍ରିଜ ର ଏପାଖ ସେପାଖ ରେ କଂକ୍ରିଟ ଉଠି ଗର୍ତ୍ତ ସୃଷ୍ଟି ହୋଇଛି । ପ୍ରତି ଦିନ ସେଠାରେ ଦୁର୍ଘଟଣା ଘଟୁଛି। ସେଠାରେ ରାସ୍ତା ବୁଲାଣି ର କୌଣସି ସୂଚନା ଫଳକ ନାହିଁ । ଫଳରେ ଚାରି ଚକିଆ ଯିବା ଆସିବା ଅସୁବିଧା ର ସମ୍ମୁଖୀନ ହୋଇ ଦୁର୍ଘଟଣାରେ ଶିକାର ହେଉଛନ୍ତି। ତନ୍ମମଧ୍ୟରୁ ଝିଲିମିଂଡା ପଟ ରୁ ଜିରାନଦୀ ବ୍ରିଜ ନିକଟରେ କଂକ୍ରିଟ ଉଠି ଆଁକରି ଛୋଟ, ବଡ ଗର୍ତ୍ତ ସୃଷ୍ଟି ହେବା ଫଳରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବା ସହିତ ଜନସାଧାରଣ ଦୁର୍ଘଟଣାରେ ପଡ଼ି ଆହାତ ହୋଇ ଡାକ୍ତରଖାନା ଯିବାକୁ ପଡୁଛି। ଏହି ରାସ୍ତା ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି ।
ବିଭାଗ ପକ୍ଷରୁ ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ଏହି ରାସ୍ତାରେ ଭାରୀଯାନ, ଚାରିଚକିଆ ଯାନ, ବାଇକ ଆରୋହୀ, ସାଇକେଲ ଆରୋହୀ, ପଥଚାରୀଙ୍କ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ଛାତ୍ରଛାତ୍ରୀ ମାନେ ସାଇକେଲ ରେ ଏହି ରାସ୍ତା ଦେଇ କଦୋବାହାଲ ମହାବିଦ୍ୟାଳୟ ଓ ଲରମ୍ଭା ମହାବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଦେଇ ବୁର୍ଲା ଓ ସମ୍ବଲପୁର କୁ ରୋଗୀ ଆମ୍ବୁଲାନ୍ସରେ ଯିବା ଆସିବା ସୁବିଧା ହୋଇଥାଏ। ଆଗାମୀ ଦିନ ରେ ବର୍ଷା ରୁତୁ ଆସୁଥିବାରୁ ମରାମତି ନିହାତି ଆବଶ୍ୟକ ହୋଇପଡିଛି। ଏଥିପ୍ରତି ବରଗଡ଼ ଜିଲ୍ଲାପାଳ ଓ ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଉଚ୍ଚ ଅଧିକାରୀ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଝିଲିମିଂଡା ଓ କଦୋବାହାଲ ର ଅଂଚଳବାସୀ ତଥା ସର୍ବ ସାଧାରଣଙ୍କ ପକ୍ଷରୁ ଦାବୀ ହୋଉଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୫/୨୦୨୩----୭,୧୫ Sakhigopal News,11/5/2023