ଲକ୍ଷାଧିକ ଟଙ୍କା ଟକେଇ ଅଭିଯୋଗରେ ମହିଳା ଗିରଫ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ଜଣେ ମହିଳା କେତେ ଜଣ ମହିଳାଙ୍କ ଠାରୁ ଋୁଣ କରିବା ବାହାନାରେ ପ୍ରାୟ ୮ଲକ୍ଷ ଟଙ୍କା ଠକେଇ କରିଥବା ଅଭିଯୋଗରେ ସତ୍ୟବାଦୀ ପୋଲିସ ଗିରଫ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଅଳଗୁମ ଗ୍ରାମର ମୋନୋରଞ୍ଜନ ପଟ୍ଟନାୟକଙ୍କ ସ୍ତ୍ରୀ ଝାଝୁଲିନା ପଟ୍ଟନାୟକ କିଛି ଦିନତଳେ ଅଳଗୁଗ ଗ୍ରାମ ପଞ୍ଚାୟତର କିଛି ମହିଳାଙ୍କ ସହିତ ଗ୍ରୁପ ଲୋନ କରି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରି କାହାକୁ କିଛି ନ କହି ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୧୫୭/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାର ରହିଥିଲା । ଉକ୍ତ ମହିଳାଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତରୁ ୮ଲକ୍ଷ ଟଙ୍କା ହଡପ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଏହି ଟଙ୍କାର ପରିମାଣ ଆହୁରି ବଡିପାରେ ବୋଲି ଆଶା କରାଯାଉଛି ।
କ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୫/୨୦୨୩----୭,୨୦
Sakhigopal News, 11/5/2023