୮୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ପୁରୀ---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବେଣିପୁର ମା ବେଲେଶ୍ୱରୀ ମନ୍ଦିର ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଦୁଃଶାସନ ସ୍ୱାଇଁ , ବୟସ -38 ବର୍ଷ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୮୭ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିବା ରେ ସଫଳ ହୋଇଛନ୍ତି। ନିଶା ଚୋରା ଚାଲାଣରେ ବ୍ୟବହୃତ କରିଥିବା Hero Honda CD Deluxe Registration No-OR 13G 2517 ମଟର ସାଇକେଲ ଜବତ କରାଯାଇଛି । କୋଣାର୍କ ଅବକାରୀ ଥାନା କେସ ନଂ :- 21/23-24ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,70,000 ଟଙ୍କାରୁ ଉର୍ଦ୍ଧ ହେବ।ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଲୋକନାଥ ପାତ୍ର,ପୂର୍ଣ୍ଣ ଚନ୍ଦ୍ର ନାଏକ Staff- ବିଶ୍ୱଜିତ ମହାପାତ୍ର, ସ୍ଵାଗତିକା ଘଡେଇ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୫/୨୦୨୩----୯,୫୦ Sakhigopal News,11/5/2023