ସ୍ୱରୂପା ମିଶନ୍ ଜରିଆରେ ବେଆଇନ୍ ନିଯୁକ୍ତି ବାତିଲ୍ ପାଇଁ ବାଙ୍କୀ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର
କଟକ----- କଟକ ଜିଲ୍ଲା ବାଙ୍କୀ ରେ ଚାଲିଛି ଜାଲ ସାର୍ଟଫିକେଟ ରାକେଟ । ଯାହାକୁ ଅସ୍ତ୍ର କରି ଜାଲ ସାର୍ଟିଫିକେଟ ଦେଇ ସରକାରୀ କ୍ଷେତ୍ରରେ ଚାଲିଛି ବେନିୟମ ନିଯୁକ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବାଙ୍କି ବ୍ଲକ ବ୍ରହ୍ମପୁରା ପଞ୍ଚାୟତରେ ସ୍ୱରୂପା ମିଶନ୍ ଶକ୍ତି ନିର୍ଦ୍ଦେଶ ଅନୁଯାୟି ପଞ୍ଚାୟତର ସି.ଆର.ପି, ଏମ୍.ବି.କେ ଓ ବ୍ୟାଙ୍କ ମିତ୍ର ପଦବୀ ପାଇଁ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି । ଗତ ୪ ତାରିଖରେ ନିଯୁକ୍ତି ସମ୍ପ ର୍କୀୟ ମେଧା ତାଲିକା ବ୍ଲକ ପ୍ରଶାସନ ତରଫରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ଏଥିରେ ଅସାଧୁ ଉପାୟରେ ନିଯୁକ୍ତି ପ୍ରକ୍ରିୟା କରାଯାଇଥିବା ସମ୍ପର୍କରେ ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦରଖାସ୍ତ କରାଯିବାର ଶେଷ ୧୮ ତାରିଖ ଥିବା ସତ୍ତ୍ୱେ ତା ପରେ ମଧ୍ୟ ଦରଖାସ୍ତକାରୀଙ୍କ ଠାରୁ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଦରଖାସ୍ତ ଗ୍ରହଣ କରିଛନ୍ତି । ଦରଖାସ୍ତକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ସି.ଏଲ୍.ଏଫ୍ ମଞ୍ଚରେ ହେବାପାଇଁ ନିୟମ ଥିବା ବେଳେ ଦରଖାସ୍ତ କାରିଣୀମାନେ ଅନ୍ୟାନ୍ୟ ମଞ୍ଚରେ ଆବେଦନ କରିଅଛନ୍ତି । ସେମାନଙ୍କୁ ବେଆଇନ୍ ଭାବରେ ନିଯୁକ୍ତି ଦିଆଯାଇଛି । ଏମ୍.ବି.କେ, ସିଆର.ପି ଏବଂ ବ୍ୟାଙ୍କ ମିତ୍ରର ଚୂଡାନ୍ତ ମେଧାତାଲିକା ୪ତାରିଖ ଥିବା ସତ୍ତ୍ୱେ ବ୍ଲକ ଅଧିକାରୀମାନେ ଜାଣିଶୁଣି ଏହି ଚିଠିକୁ ୪ଦିନ ବିଳମ୍ବରେ ଅର୍ଥାତ୍ ୮ତାରିଖରେ ବ୍ରହ୍ମପୁରା ପଞ୍ଚାୟତକୁ ଅବଗତି ନିମନ୍ତେ ଦିଆଯାଇଛି । ଅଭିଯୋଗ କାରିଣୀ ମାନେ ଆଜି ବାଙ୍କୀ ଉପଜିଲ୍ଳାପାଳଙ୍କ ପାଖରେ ଉପସ୍ଥିତ ରହି ଚୂଡାନ୍ତ ତାଲିକା ପ୍ରକାଶନର ସମୟସୀମାକୁ ଅଧିକ ସାତଦିନ ପ୍ରଦାନ କରାଯିବାକୁ ଦାବି କରିଛନ୍ତି । ଅଭିଯୋଗକାରିଣୀ ରାଧାମଣି ଜେନା, ସନ୍ଧ୍ୟାରାଣୀ ରାଉତ, ଝୁନା ରାଜ, ବିଷ୍ଣୁପ୍ରିୟା ସାମଲ, କବିତାବାଳା ବେହେରା, ମଞ୍ଜୁଲତା ରାଉତଙ୍କ ସମେତ ବହୁ ମହିଳା ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୦/୫/୨୦୨୩---୭,୨୦ Sakhigopal News,10/5/2023