ଘରୋଇ ଶିକ୍ଷାନୁଷ୍ଠାନକୁ ପଢିବାକୁ ଯାଇ ଘରକୁ ଫେରିନାହିଁ ଝିଅ ; ଥାନାରେ ଅଭିଯୋଗ କଲେ ବାପା
ଜଟଣୀ --- ସ୍ଥାନୀୟ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ଅରାଗଡ଼ ଗ୍ରାମର ବାସିନ୍ଦା ଶ୍ୟାମସୁନ୍ଦର ମୁଦୁଲିଙ୍କ ଝିଅ ବର୍ଷା ପିୟ ଦର୍ଶନୀ । ମଙ୍ଗଳବାର ଅପରାହ୍ନ ୩ ଘଟିକା ସମୟରେ ଜଟଣୀର ଏକ ଘରୋଇ ଶିକ୍ଷାନୁଷ୍ଠାଙ୍କୁ ପଢିବା ପାଇଁ ଯାଉଛି କହି ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ l ଝିଅର ଫେରିବା ବିଳମ୍ବ ଦେଖି ପରିବାର ଲୋକେ ଝିଅର ସାଙ୍ଗ ସାଥି ମାନଙ୍କୁ ପଚାରି ଝିଅ ବିଷୟରେ ବୁଝାବୁଝୀ କରିଥିଲେ। ଜଟଣୀ ଯାଇ ଝିଅ ପଢ଼ୁଥିବା ଘରୋଇ ଶିକ୍ଷାନୁଷ୍ଠାନରେ ପଚାରି ବୁଝିବାରୁ ଶିକ୍ଷାଦାନ ପାଇଁ ଆସି ନ ଥିବା ଜାଣିବାକୁ ପାଇଥିଲେ l ପରେ ଏଣେ ତେଣେ ଖୋଜିବାରୁ ଜଟଣୀ ଲୋକକଲୋନୀ ସ୍ଥିତ ଗାର୍ଡ ଲବି ସାଇକଲ ଷ୍ଟାଣ୍ଡରେ ଚାବି ପକାଇ ସାଇକେଲ ରଖିଥିବା ଜାଣିବାକୁ ପାଇଲେ l ସେହି ସାଇକେଲରେ ଆଉ ଏକ ଲୁହାଚେନ ପକାଇ ଘରକୁ ଫେରିଥିଲେ l ବୁଧବାର ସକାଳେ ଝିଅର ନିଖୋଜ ବିଷୟରେ ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରି ଝିଅର ଆଧାରକାର୍ଡ଼ ଏବଂ ଏକ ଫୋଟ ଦାଖଲ କରିଥିଲେ l ଝିଅର ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ଅରାଗଡ଼ ଗ୍ରାମର ତେଣୁ ଆଉ ଏକ ହରିରାଜପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିବାକୁ କହିଲେ l ଫଳରେ ଝିଅର ବାପା ଶ୍ୟାମସୁନ୍ଦର ମୁଦୁଲି ହରିରାଜପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ଘରକୁ ଫେରି ଶେଷରେ ପରିବାର ଲୋକେ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି l ଯଦି କୌଣସି ବ୍ୟକ୍ତି ଏହି ଝିଅକୁ ଦେଖନ୍ତି ତାହେଲେ ତୁରନ୍ତ ପାଖ ଥାନା ରେ ଜଣାଇବାକୁ ଅନୁରୋଧ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୫/୨୦୨୩----୭,୩୫ Sakhigopal News,10/5/2023