Breaking News

ବିଦ୍ୟୁତ ଖୁଣ୍ର୍ତରେ ପିଟି ହୋଇ ଯୁବକଙ୍କର ମୃତ୍ୟୁ


ସାକ୍ଷୀଗୋପାଳ----ଆଜି ସକାଳେ ବିରଗୋବିନ୍ଦପୁର ଛକ ନିକଟରେ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ପଞ୍ଚାୟତର ଆନନ୍ଦ ପୁର  ଗ୍ରାମର ମାନସ ଦାସ ଏକ ମଟର ସାଇକେଲ ଯୋଗେ ପୁରୀ ଆଡ଼କୁ ଯାଉଥିଲେ।  ବୀରଗୋବିନ୍ଦପୁର ଛକ ନିକଟରେ ନିଜର ଅସବଧାନତ ଯୋଗୁ ଏକ ବିଦ୍ୟୁତ୍ ଖୁଣ୍ଟରେ ମଟର ସାଇକେଲ ସହିତ ପିଟିହୋଇ ଗୁରୁତର ଅବସ୍ଥାରେ ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ  ପେଟ୍ରୋଲିଂ କରୁଥିବା ପିସିଆର ଅଧିକାରୀ ରାମକୃଷ୍ଣ କର ଓ କର୍ମଚାରୀ ଦୁର୍ଯ୍ୟୋଧନ ବିଶୋଇ  ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ତୁରନ୍ତ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମାନସଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ଥାନାକୁ ଜଣାଇଥିଲେ ।  ସତ୍ୟବାଦୀ ପୋଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୫/୨୦୨୩----୭,୧୦ Sakhigopal News,10/5/2023

Blog Archive

Popular Posts