Breaking News

ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣସାମଗ୍ରୀ ପ୍ରଦର୍ଶନୀ

      ‌‌‌‌‌‌‌
  ଡେଲାଙ୍ଗ   -----  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲା। ଏହି ଅବସରରେ ଉଦଘାଟନୀ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ହିମାଂଶୁ ଭୁଷଣ ସମର୍ଥା, ମୂଖ୍ୟ ବକ୍ତାଭାବେ ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପରିଡା, ସମ୍ମାନୀତ ଅତିଥି ଭାବେ  ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଡେଲାଙ୍ଗ ଶ୍ରୀ ଯୁଧିଷ୍ଠିର ପରିଡା ଯୋଗଦେଇଥିଲେ। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ ପ୍ରଧାନ ଯୋଗ ଦେଇଥିଲେ। ପରେପରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପ୍ରବଚକ ଶ୍ରୀ ସୁଧୀର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ବୃକ୍ଷ ଉପହାର ଦେଇଥିଲେ। ଶିକ୍ଷଣ ସାମଗ୍ରୀ ଶିକ୍ଷକମାନେ ନିଜ ହାତରେ ପ୍ରସ୍ତୁତ କରିବା ସହିତ ପିଲାମାନଙ୍କୁ ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହିତ କରିବାପାଇଁ ମୂଖ୍ୟ ଅତିଥି ଶ୍ରୀ ସମର୍ଥା  ନିଜ ଅଭିଭାଷଣରେ କହିଥିଲେ। ଠିକ୍ ସେହିପରି ଶିକ୍ଷା କ୍ଷେତ୍ରରେ ଡେଲାଙ୍ଗ ମଣ୍ଡଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବେଶ୍ ଯତ୍ନଶୀଳ, ରକ୍ଷଣଶୀଳ ତଥା ଅଭିନବ ଶିକ୍ଷଣ ଶୈଳୀର ପଥପ୍ରଦର୍ଶକ ଭାବରେ ପୁରୀ ଜିଲ୍ଲାରେ ବେଶ ଆଦୃତ ବୋଲି ମୁଖ୍ୟବକ୍ତା ଡଃ ପରିଡ଼ା ନିଜ ଅଭିଭାଷଣରେ କହିଥିଲେ। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ନାଭିଚକ୍ର ପ୍ରକୋଷ୍ଠକୁ ଅତିଥିମାନେ ଭ୍ରମଣ କରି ସନ୍ତୋଷ ଲାଭ କରିଥିଲେ। ଡେଲାଙ୍ଗ ମଣ୍ଡଳର ୧୬ଟି‌ ଆଞ୍ଚଳିକ ସାଧନ କେନ୍ଦ୍ରରୁ ଆସିଥିବା ୩୨ଟି ଶିକ୍ଷଣସାମଗ୍ରୀ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା। ଅଂଶ ଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରମାଣ ପତ୍ର ଦିଆଯିବା ସହିତ ପ୍ରଦର୍ଶନୀର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଦର୍ଶିକା ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ପ୍ରଧାନ ରେଞ୍ଚ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୌଡକେରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୁନୁବାଳା ମହାପାତ୍ର ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶଙ୍ଖପାଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ‍ପବିତ୍ର ମୋହନ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ପ୍ରମାଣପତ୍ର ସହ ପ୍ରଶଂସିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସର୍ବଶ୍ରୀ ଦୟାନିଧି ମାର୍ଥା, ଦୁର୍ଯ୍ୟୋଧନ ପ୍ରଧାନ,ଲୋକନାଥ ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, କ୍ଷେତ୍ରବାସୀ ଆଳୁକ, ପବିତ୍ର  ପଣ୍ଡା,କୈଳାଶ ସ୍ଵାଇଁ,ତପନ ମଲ୍ଲିକ,କୃତିବାସ ପରିଡା, ମନୋରଞ୍ଜନ ମହାରଣା, ପ୍ରଦୀପ୍ତ ବଳିୟାରସିଂହ,ପ୍ରଫୁଲ ଦାଶ, ଜଗନ୍ନାଥ ପରିଡା, ବସନ୍ତ ସେଠୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦାନ କରିଥିଲେ।ଆୟୋଜକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ, ବଂଶୀଧର ମହାପାତ୍ର କାର୍ଯ୍ୟକ୍ରମର ପରିଚାଳନା ରେ ସହଯୋଗ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୫/୨୦୨୩-----୯,୨୦ Sakhigopal News,12/5/2023

Blog Archive

Popular Posts