ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିବା ବେଳେ . ଅବକାରୀ ବିଭାଗ ର ଚଢ଼ାଉ , ଜଣେ ଗିରଫ
ଭଞ୍ଜନଗର - ବେଲଗୁଣ୍ଠା ଛକ ନିକଟରେ ବୁଗୁଡ଼ା ଅବକାରୀ ବିଭାଗର ଚଢ଼ାଉ କରିଥିଲେ । ଅଖାରେ ଗଞ୍ଜେଇ ଧରି ଠିଆ ହେଇଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ବୁଗୁଡ଼ା ଅବକାରୀ ବିଭାଗ । ଘଟଣା ସ୍ଥଳରୁ ୧୩ କିଲୋ ଗଞ୍ଜେଇ ଜବତ ହୋଇଛି । ଗିରଫ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା,ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମର ବିଶ୍ବନାଥ ଦିଗାଲ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ ଅବକାରୀ ଅଧିକାରୀ ଅଶୁଂମାନ ଜେନା ନେତୃତରେଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ଧରି ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ ବେଲଗୁଣ୍ଠI ବଜାର ଛକ ନିକଟରେ ବସକୁ ଅପେକ୍ଷା କରିଥିଲେ ଯୁବକ । ବୁଗୁଡ଼ା ଅବକାରୀ ବିଭାଗ ଅଧିକାରୀ ଦେବଶ୍ମିତା ନାୟକ ସମେତ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କୈଣସି ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି , ସଂପୃକ୍ତ ଯୁବକଙ୍କୁ ଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଯୁବକଙ୍କୁ ଅବକାରୀ ଥାନା କେସନଂ ୧୩/୨୩-୨୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡ଼ା ଅବକାରୀ ଅଧିକାରୀ ଦେବଶ୍ମିତା ନାୟକ ସୁଚନା ଦେଇଛନ୍ତି । ଚଢାଉରେ ଏଏସଆଇ ରାମେଶ୍ୱର ବେହେରା ,ମନେରଞ୍ଜନ ସେଠୀ,କୃମୁତ ରଂଞ୍ଜନ ନାୟକ,ଭୃବନ ବେହେରା, ଓ ମଧୁସୂଦନ ଜେନା ପ୍ରମୁଖ ସାମିଲ ହୋଇଥିଲେ। ।ଅବକାରୀ ଅଧିକାରୀ ଶ୍ରୀମତୀ ନାୟକ କହିଛନ୍ତି ଏହି ଚଢାଉ ଜାରି ରହିବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୫/୨୦୨୩----୯,୩୦ Sakhigopal News,12/5/2023