Breaking News

ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ଧାନ ବିକ୍ରୟ କେନ୍ଦ୍ର ଉଦଘାଟିତ


 ବରଗଡ଼---- ବରଗଡ ଜିଲ୍ଲା ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ଧାନ ବିକ୍ରୟ  କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହାକୁ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ ପୂଜାର୍ଚ୍ଚନା କରି  ଆନୁଷ୍ଠାନିକ ଭାବେ ଉଦଘାଟନ  କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସମିତି ସଭ୍ୟ ଚାଷୀଗିରି ନଈ, ପେକ୍ସ ର ଡାଇରେକ୍ଟର ସାନିପାନୀ  ରାମକୃଷ୍ଣ ,ଗଣେଶ ଦାସ, ଜୁଲୁ ପାଢ଼ୀ, ଗୋକୁଳ ସେଠ ପ୍ରମୁଖ ଚାଷୀ ମାନେ ଉପସ୍ଥିତ ରହି ଥିଲେ । ଏହା ସହିତ ସଂକ୍ରିଡା ପେକ୍ସ ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ ଓ  ଅନ୍ୟାନ୍ୟ ପେକ୍ସ କର୍ମଚାରୀ ଓ ଝରାପାଲି ମାର୍କେଟ ସରକାର ଭରତ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଭରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୫/୨୦୨୩----୯,୫୦ Sakhigopal News,12/5/2023

Blog Archive

Popular Posts