Breaking News

ଅବକାରୀ ବିଭାଗର ଚଢ଼ାଉ. ଦୁଇଶହ ଲିଟର ଦେଶୀମଦ ଜବତ , ୫ ଗିରଫ



ଭଞ୍ଜନଗର - ଭଞ୍ଜନଗର ଅବକାରୀ  ବିଭାଗ ପକ୍ଷରୁ ନିକଟସ୍ଥ କୁଲାଡ, ମରାଠି ସାହି ଓ ନାହାତୋଟା ସାହି ଉପରେ  ଚଢ଼ାଉ କରିଥିଲେ ।  ବେଆଇନ ରନ୍ଧାମଦ ଭାଟି ଉପରେ ଚଢ଼ାଉ କରି ୨୦୦ଲିଟର ମଦ ଜବତ ସହ ୩୬୦୦ରୁ ଉର୍ଦ୍ଧ୍ବ ପୋଚ ନଷ୍ଟ କରାଯାଇଛି । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଭଞ୍ଜନଗର ଅବକାରୀ ଅଧିକାରୀ ଅଶୁଂମାନ ଜେନା ଓ ରାଜସ୍ବ ଅଧିକାରୀ ଅଚୁତାନନ୍ଦ ଜାନୀ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ଭଞ୍ଜନଗର ଅଞ୍ଚଳରେ ବେଆଇନ ଭାବେ ରନ୍ଧାମଦ ତିଆରି କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ଖବର ଅବକାରୀ ବିଭାଗ ନିକଟରେ ପହଞ୍ଚିଥିଲା ।  ଭଞ୍ଜନଗର ଅବକାରୀ ଅଧିକାରୀ ଶ୍ରୀ ନାୟକ ଓ ଏସଆଇ ଶ୍ରୀମତୀ ମାଝି ଙ୍କ ସମେତ କର୍ମଚାରୀ ମାନେ  ସଂପୃକ୍ତ ୩ଟି ସ୍ଥାନରେ  ଚଢ଼ାଉ କରି ଦେଶୀମଦ ଜବତ କରିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରିଥିଲେ ।  ଘଟଣା ସ୍ଥଳରୁ ୫ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢାଉରେ ଏସଆଇ ଅଲ୍ଲିଭା ମାଝି, ଏଏସଆଇ ନିରଞ୍ଜନ ବେହେରା , ସନାତନ ନାହକ, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୫/୨୦୨୩----୮,୫୦ Sakhigopal News,12/5/2023

Blog Archive

Popular Posts