Breaking News

ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଆୱାର୍ଡ଼ ପ୍ରଦାନ




ଜଟଣୀ ---- : ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ +୩ ଶେଷ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷ ଡଃ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ସମ୍ମିଳନୀ କକ୍ଷରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷ ଡଃ. କରଙ୍କୁ ଅଧ୍ୟାପକ ଶ୍ରୀ ବାଳକୃଷ୍ଣ ଚୌଧୁରୀ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ୨୦୨୧ ଓ ୨୦୨୨ ମସିହାରେ ରାଜନୀତି ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଯଥାକ୍ରମେ ସ୍ଥିତିପ୍ରଜ୍ଞା ସାହୁ ଏବଂ ପ୍ରିୟମ୍ବଦା ସାହୁଙ୍କ ଅଧ୍ୟକ୍ଷ ଡଃ. କର ପ୍ରଫେସର ଶ୍ରୀରାମଚନ୍ଦ୍ର ଦାସ ମେମୋରିଆଲ୍ ଆୱାର୍ଡ଼ ପ୍ରଦାନ କରିଥିଲେ । ଓଡ଼ିଶାର ବାଗ୍ମୀ ତଥା ଭାରତର ପ୍ରଖ୍ୟାତ ରାଜନୀତି ବିଜ୍ଞାନୀ ପ୍ରଫେସର ଶ୍ରୀରାମଚନ୍ଦ୍ର
ଦାସଙ୍କ ରାଜନୈତିକ ଦର୍ଶନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ । ପ୍ରଫେସର ଶ୍ରୀରାମଚନ୍ଦ୍ର ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ଦୀପସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସେମିନାର ସେକ୍ରେଟାରୀ ବାସୁଦେବ ବାରିକ, ସ୍ଵପ୍ନାରାଣୀ ପରିଡ଼ା, ସତ୍ୟସନ୍ଧାନ ପରିଡ଼ା ଓ ପ୍ରିୟଦର୍ଶନୀ ସାହାଣୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୫/୨୦୨୩----୮,୪୫ Sakhigopal News,12/5/2023

Blog Archive

Popular Posts