Breaking News

ବାଣ, ବାଜା, ରୋଷଣୀରେ ଶେଷ ହେଲା "ମା ଭଗବତୀ"ଙ୍କ ନବଦିନାତ୍ମକ ଯାତ୍ରା




ଜଟଣୀ -ସ୍ଥାନୀୟ ଲୋକ କଲୋନୀରେ ଶେଷ ହେଲା "ମା ଭଗବତୀଙ୍କ 'ନବଦିନାତ୍ମକ ଯାତ୍ରା l ସୂଚନା ଅନୁସାରେ "ମା ଭଗବତୀ " ଠାକୁରାଣୀ ଯାତ୍ରା ଏକ ତେଲୁଗୁ ସମ୍ପ୍ରଦାୟର ଏକ ମହତ୍ୱ ପୂର୍ଣ୍ଣ ଯାତ୍ରା l ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ "ମା'ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା l ପରମ୍ପରା ଅନୁସାରେ "ମା' ଗତ ସୋମବାର-ମଧ୍ୟରାତ୍ରରେ ସ୍ଥାନୀୟ ଭକ୍ତ ମାନେ ଏକତ୍ରିତ ହୋଇ ବାଣ, ବାଜା, ରୋଷଣୀରେ "ମା"ଙ୍କ ମନ୍ଦିର ଯାଇ ସେଠାରେ ପୂଜା ଅର୍ଚନା କରି କଲୋନୀର ମଙ୍ଗଳ ପାଇଁ ୯ ଦିନ ଯାତ୍ରା ନିମନ୍ତେ ଆଗମନ ପାଇଁ ନିମନ୍ତ୍ରଣ କରିଥିଲେ l "ମା' ପୂଜା ଅର୍ଚନା ରେ ସନ୍ତୁଷ୍ଟ ହୋଇ ନିଜର ମଥାର ଫଲ ପାଦତଳକୁ ପକାଇ ନିଜର ମନର ଆଗମନକୁ ଜଣାନ୍ତି l ପରେ "ମା'ଙ୍କ ସେହି ଆଶ୍ରିବାଦ ପୁଷ୍ପକୁ ନେଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରି ପୂଜାର୍ଚନା କରନ୍ତି l ୯ ଦିନ ମଧ୍ୟରେ ୩ ଦିନ "ମା'ଅସ୍ଥାୟୀ ମନ୍ଦିରରୁ ବାହାରି କଲୋନୀ ପରିଦର୍ଶନ କରି ଭକ୍ତଙ୍କ ପ୍ରତ୍ୟକ ଦୁଆରି ଭୋଗ ଖାନ୍ତି l ୯ ଦିନ ପ୍ରତ୍ୟକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ସପ୍ତାହର ଶେଷ ମଙ୍ଗଳ ବାର ଦିନ "ମା'ଙ୍କ ବିଦାୟ ଦିନ l ବିଦାୟ ଦିନ ସକାଳୁ "ମା' ଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା l ସକାଳୁ ମାନସିକ ଧାରୀ ମାନେ ବିଭିନ୍ନ ବେଶ ଧାରଣ କରି ସହର ପରିକ୍ରମା କରିଥିବାର ଦେଖାଯାଇଥିଲା l ସେହି ରାତ୍ରରେ ବାଣ, ବାଜା, ରୋଷଣୀରେ ମହା ଆନନ୍ଦରେ "ମା'ଙ୍କୁ ନେଇ ମେଲାଣି ଦେଇ ନିଜର ସ୍ଥାୟୀ ମନ୍ଦିରରେ ଛାଡି ମନଦୁଃଖରେ ଫେରି ପୁଣି ଆର ବର୍ଷକୁ ଅପେକ୍ଷା କରନ୍ତି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୫/୨୦୨୩---୬,୫୦ Sakhigopal News,10/5/2023

Blog Archive

Popular Posts