କୁଲୁଣ୍ଡା ଠାରେ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବରଗଡ -ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ ର କୁଲୁଣ୍ଡା ଗ୍ରାମ ତଥା ଆଖପାଖ ଅଞ୍ଚଳରେ ର ୧୦୫ ଜଣ ୭୫ ବର୍ଷ ର ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଗ୍ରାମ ବାସୀଙ୍କ ତରଫରୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଫୁଲ, ଚନ୍ଦନ ରେ ପାଦ ଧୋଇ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏହା ସହିତ ବାଣଫୁଟାଇ ଓ ବାଜା ବଜାଇ ଗ୍ରାମ ପରିକ୍ରମା କରି ମଞ୍ଚ ରେ ସମସ୍ତ ଙ୍କୁ ସମ୍ମାନିତ କରାଯାଇଥିଲା । ଗାଁ ପ୍ରତିଭା ସମ୍ମାନ ମଧ୍ୟ ୩ ଜଣ ଙ୍କୁ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସେବା ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କ୍ରୀଡାବିତ୍ ସନ୍ତୋଷ କୁମାର ପ୍ରଧାନ ଓ ସମ୍ବଲପୁର ର କ୍ରୀଡାବିତ୍ ଶ୍ରୀ ବାରିକ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମ ର ତ୍ରିଲୋକ୍ୟ ନାୟକ (ନିର୍ମଲ) ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଅତାବିରା ଥାନା ର ଅଧିକାରୀ ସୁନୀଲ ପ୍ରଧାନ ଯୋଗଦାନ କରିଥିବା ବେଳେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଏହି ମହାନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୪/୨୦୨୩----୯,୫୫ Sakhigopal News,12/4/2023