ଗୁରୁ ଚାହାଁନ୍ତି ଶିଷ୍ୟ ସଂସ୍କାରୀ ହେଉ, ଅବସର ନେଲେ ଟାମ୍ପରସରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ବରଗଡ଼--- ବରଗଡ ଜିଲ୍ଲା ଶିକ୍ଷା ଅଧୀନସ୍ଥ ଟାମ୍ପରସରା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ଭୋଇଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି । ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ମିଳିତ ଆନୁକୂଲ୍ଯ ରେ ଅବସରକାଳୀନ ସଭା ବହୁ ଆଡମ୍ବର ସହକାରେ ଅନୁଷ୍ଟିତ ହୋଇଯାଇଅଛି । ଶ୍ରୀ ରମେଶ ଚନ୍ଦ୍ର ଭୋଇ ପ୍ରଥମେ ଚାକିରି ଜୀବନ କନସିଂହା ହାଇସ୍କୁଲରେ ଗଣିତ ଶିକ୍ଷକ ଭାବରେ ଆରମ୍ଭକରି ୨୦୨୦ ମସିହାରେ ଟାମ୍ପରସରା ହାଇସ୍କୁଲ କୁ ପ୍ରଧାନ ଶିକ୍ଷକ ଭାବରେ ଆସିଥିଲେ। ଏହି ଅବସର ରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ମନୋହର ଦାଶ ଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ଶ୍ରୀ ଛତ୍ରପତି ସାହୁ ଅତରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ବରଗଡ, ମୁଖ୍ୟବକ୍ତା ଡଃ ଅଜିତ କୁମାର ନାଥ ଅଧ୍ୟାପକ ଲରମ୍ଭା ମହାବିଦ୍ୟାଳୟ , ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ରାଜକିଶୋର ଛନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରେମରାଜ ନାଏକ, ତଳିଟାମ୍ପରସରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠ, କାଦୋବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭରତ କିଶୋର ପତି , ଛନ୍ଦପାଲି ସି.ଆର.ସି.ସିର କେଶବ ଛନ୍ଦ, କଦୋବାହାଲ ସି.ଆର.ସି.ସିର ତ୍ରଲୋଚନ ସେଠ, ଓ୍ବାଡମେମ୍ବର ଡୋଳାମଣି ମହାନନ୍ଦ, ପ୍ରମୁଖ ମଂଚାସୀନ ଥିଲେ । ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯିବା ପରେ ଶିକ୍ଷକ ତ୍ରିନାଥ କୁମ୍ଭାର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ବିଦାୟୀ ଭୋଇଙ୍କ ର ବହୁ ଗୁଣଗାନ କରିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।
ଛାତ୍ରଛାତ୍ରୀ ମାନଙ୍କ ଉଦବୋଧନପରେ ଶିକ୍ଷୟିତ୍ରୀ ବିଜିଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର କ୍ରୀଡା ଶିକ୍ଷକ ଶୁଭ୍ରାଂଶୁ ଶେଖର ସାହୁ ଙ୍କ ସହାୟତାରେ ବିରାଟ ଶୋଭାଯାତ୍ରା କରାଯାଇ ସଂକୀର୍ତ୍ତନ ଓ ଛାତ୍ରମାନଙ୍କ ଦ୍ବାରା ପରିବେଷିତ ଲୋକବାଦ୍ୟ ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୪/୨୦୨୩---୯,୪୫ Sakhigopal News,1/4/2023