ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପ୍ରବେଶ ଦିବସ ପାଳିତ
ବରଗଡ଼--- ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପ୍ରବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୁର୍ବତନ ସଭାପତି ସନ୍ତୋଷ ମେହେର ଓ ସମ୍ମାନୀତ ଅତିଥି ଭାବେ ପୁର୍ବତନ ସମ୍ପାଦକ ରୋହିତ ମହାପାତ୍ର ଯୋଗଦେଇ ପ୍ରବେଶ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମୁକୁନ୍ଦ ମହାରଣା ଅତିଥି ପରିଚୟ ପ୍ରଦାନ ସହିତ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୁରୁମା ଜନନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଗୁରୁଜୀ ତାପସ ଭୋଇ ପ୍ରବେଶ ଉତ୍ସବ ପାଳନ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଏକ ଯଜ୍ଞ ହୋଇଥିଲା ।ଏହି ସମୟରେ ପଣ୍ଡିତ ଭାବରେ କାଳିଚରଣ ହୋତା ଓ ସହଯୋଗ କରିଥିଲେ ସୁଶ୍ରୀ କୁନ୍ତୀ ପ୍ରଧାନ। ଏଥିରେ କର୍ତା ଭାବରେ ଭକ୍ତରାମ ମେହେର ଧର୍ମପତ୍ନୀ ସ୍ଵିଟି ଓ ଚିନ୍ତାମଣି ବେହେରା ଧର୍ମପତ୍ନୀ ସୁମତି ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଓ ସେବକମାନେ ସହଯୋଗ କରିଥିଲେ। ପରିଶେଷରେ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୪/୨୦୨୩----୯,୫୫ Sakhigopal News,1/4/2023