Breaking News

ପୃଥକ ପୃଥକ ଦୁଘର୍ଟଣାରେ ୫ ଗୁରୁତର



ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ମା ସୋରାଦେବୀ ବୁଲାଣିରେ ଏକ କାର ଭାରସାମ୍ୟ ହରାଇ ୧୦ଫୁଟ ତଳକୁ ଖସିବାରୁ କାରରେ ବସିଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଜଟଣୀ ସହରର ଜଗବନ୍ଧୁ ବରାଳ । ଜଗବନ୍ଧୁ ଓ ସହଯୋଗୀ ମିଶି ଜଟଣୀରୁ ଫୁଲବାଣୀ କୌଣସି କାମରେ ଆସି କାମ ସାରି ନିଜ ଗ୍ରାମ ଜଟଣୀ ଫେରୁଥିବା ବେଳେ କାରଟି  ଭାରସାମ୍ୟ ହରାଇ ଭଞ୍ଜନଗର ନିକଟସ୍ଥ ମା ସୋରାଦେବୀ ବୁଲାଣି ଠାରେ  ଦୁଘର୍ଟଣା ଘଟିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଉତ୍ତି କରିଥିଲେ ।ଏଠାରେ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା ।ସେହିପରି ତାରସିଂ ଥାନା ଗାଲେରୀ ଫାଣ୍ଡି ନିକଟ ଶାନ୍ତିନଗର ସାହି ନିକଟରେ ବାଇକ୍ ଦୁଘର୍ଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହରିଗଡ ଗ୍ରାମର ପ୍ରତାପ ନାଇକ ବନ୍ତା ଗ୍ରାମର ଲକ୍ଷ୍ମୀକାନ୍ତ ନାଇକ ଓ କଳିଙ୍ଗପଦର ଗ୍ରାମର କୁନା ନାଇକ । ଖବର ନେବାରେ ନିଜ ବାଇକ୍ ରେ ପ୍ରତାପ,ଲକ୍ଷ୍ମୀକାନ୍ତ ଓ କୁନା ୩ଜଣ ମିଶି ଗାଲେରୀ ଗ୍ରାମକୁ ଦଣ୍ଡଯାତ୍ରା ଦେଖିବାକୁ ଆସୁଥିବା ବେଳେ ବାଇକ୍ ଟି ଦୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଦୁଘର୍ଟଣା ଘଟିଥିଲା । ୩ଜଣକୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡୁ ଗ୍ରାମ ନିକଟରେ ବାଇକ୍ ଦୁଘର୍ଟଣାରେ ଜଣେ ଗୁରୁତର ।ସେହେଲେ ଲାଲସିଂପଲ୍ଲୀ ସାହିର ରବିନ୍ଦ୍ର ନାଇକ ।ଖବର ନେବାରେ ରବିନ୍ଦ୍ର ଦଣ୍ଡନାଚ ଦେଖିବାକୁ ଯାଉଥିବା ବେଳେ ଏହି ଦୁଘର୍ଟଣା ଘଟିଥିଲା ।ସ୍ଥାନୀୟ ଲୋକେ ରବିନ୍ଦ୍ରକୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୩----୯,୫୫ Sakhigopal News,1/4/2023

Blog Archive

Popular Posts