ପାଣି ଟୋପେ ମିଳୁ ନାହିଁ , ରାସ୍ତାରେ ବୋହି ଯାଉଛି ପାଣି
ସାକ୍ଷୀଗୋପାଳ---- ସତ୍ୟବାଦୀରେ ଏବେ ପାନୀୟ ଜଳର ବଡ ସମସ୍ୟା ଦେଖାଯାଇଛି । ବିଭିନ୍ନ ପଞ୍ଚାୟତରେ ଲୋକମାନେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଳକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବଣ୍ଟନ କରାଯାଉଛି । କେତେକ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ଦାବି ହେଉଛି । ସେହିପରି ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତରେ କେଉଁଠି ପାନୀୟ ଜଳ ମିଳୁନଥିବା ବେଳେ କେତେକ ଯାଗରେ ପାନୀୟ ଜଳ । ବୋହି ଚାଲିଛି । ଦେଖିବାକୁ କେହି ନାହାନ୍ତି ଯେପରି । ସୁଚନା ଯୋଗ୍ୟ ଯେ ସାକ୍ଷୀଗୋପାଳ ମନ୍ଦିର ବାଇପାସ ରାସ୍ତାର କୋଟଉପର ଲେବୁଲ କ୍ରଂସି ନିକଟରେ ଏକ ପାନୀୟ ଜଳ ଯୋଗାଣ ଟ୍ୟାପ ରହିଛି । ଏହି ଟ୍ୟାପରୁ ପାଣି ବୋହି ଚାଲିଛି । ଗୋଟିଏ ପଟେ ପାଣି ପାଇଁ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଅନ୍ୟ ପକ୍ଷେ ପାଣି ରାସ୍ତାରେ ବୋହି ଚାଲିଛି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ କହନ୍ତି ଉକ୍ତ ଟ୍ୟାପଟି ଆମ ଅଧିନରେ ରହିଛି ମାତ୍ର କେତେକ ନିଶାଗସ୍ତ ଲୋକମାନେ ଟ୍ୟାପ ଭାଙ୍ଗି ଦେଉଛନ୍ତି । ଯାହା ଫଳରେକି ପାଣି ଯୋଗାଣ ହେଲେ ଉକ୍ତ ଟ୍ୟାପରୁ ପାଣି ବୋହି ଚାଲିଛି । ଏପରିକି ଉକ୍ତ ଟ୍ୟାପ ଅନେକ ଥର ମରାମତି କରିଛି ହାତରୁ ପଇସା ଖର୍ଚ୍ଚ କରି ଟ୍ୟାପ ମରାମତି କରିବା ପରେ ତା ପରଦିନ ପୁଣି ଟ୍ୟାପ ଭାଙ୍ଗି ଦେଉଛନ୍ତି କିଛି ନିଶାଗସ୍ତ ଲୋକମାନେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୩---୭,୧୦ Sakhigopal News , 13/4/2023