Breaking News

ଗବେଷକ ତଥା ଶିକ୍ଷବିତ୍ତ ବାଳକୃଷ୍ଣ ଶତପଥୀଙ୍କ ଦେହାନ୍ତ

 
  

ଭଞ୍ଜନଗର -- ଭଞ୍ଜନଗର କଲେଜର ପ୍ରାକ୍ତନ ଇତିହାସ ବିଭାଗର ଅଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ବାଳକୃଷ୍ଣ ଶତପଥୀଙ୍କ  ଦେହାନ୍ତ ହୋଇଯାଇଛି l ସ୍ଵର୍ଗତ ଶତପଥୀ 1961ଠାରୁ 1962 ପର୍ଯନ୍ତ ଭଞ୍ଜନଗର କଲେଜରେ ଅଧ୍ୟାପକ ଭାବେ ରହିଥିଲେ l ଓଡିଶା ପ୍ରଶାସନିକ ସେବାରେ ସଫଳତାର ସହ ଉତ୍ତୀନ୍ନ ହେବାପରେ ଓଡ଼ିଶା ପ୍ରସାଶନିକ ସେବାରେ ଯୋଗଦାନ କରି ଅବସର ଗ୍ରହଣ କରିଥିଲେ l
       ଅବସର ଗ୍ରହଣ ପରେ ଘୁମୁସର ବିଦ୍ରୋହ, ଚକରା ବିଶୋୟୀ ଓ ଦୋହରା ବିଶୋୟୀଙ୍କ ସମ୍ପର୍କରେ ତାଙ୍କ ଗବେଷଣା ଜାରିରଖିଥଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ରପୁତ୍ର ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁରେ ଭଞ୍ଜନଗର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ବିଚିତ୍ରାନନ୍ଦ ଦାସ, କୃତ୍ତିବାସ ବିଶ୍ୱାଳ, ଡକ୍ଟର ପୂର୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଗଭୀର ଭାବରେ ଦୁଃଖ ପ୍ରକାଶ କରିଛନ୍ତି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୪/୨୦୨୩----୭,୧୫ Sakhigopal News,4/4/2023

Blog Archive

Popular Posts