ସତ୍ୟବାଦୀ ଭାରତ ବିକାଶ ପରିଷଦ ଶାଖା ପକ୍ଷରୁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ
ସାକ୍ଷୀଗୋପାଳ -- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଏକ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି। ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୃବଳ ଶ୍ରେଣୀ ର ନିରାଶ୍ରୟ ଶ୍ଵାସ ରୋଗୀ ଶ୍ୟାମା ପ୍ରସାଦ ମିଶ୍ର ଙ୍କୁ ଏକ ଅକ୍ସିଜେନ ସିଲିଣ୍ଡର ନିିଃଶୁକ୍ଳଭାବେ ଯୋଗାଇ ଦିଆଯାଇଛି । ଏହାାସହିତ ମା ଦକ୍ଷିଣ କାଳୀ ଙ୍କ ନିକଟରେ ତାଙ୍କର ଆସୁ ଆରୋଗ୍ୟ କାମନା ପର୍ଥାନା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାସ ଓ ନରସିଂହ ମିଶ୍ର, ସତ୍ୟବାଦୀ ଶାଖାର ସଦସ୍ୟ ସୁଶାନ୍ତ କୁମାର ରଥ,କାହ୍ନୁ ପାତ୍ର ଓ ସେହି ଗ୍ରାମର ଶିବ ପ୍ରସାଦ ମିଶ୍ର ଆଦି ଉପସ୍ଥିତ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୪/୨୦୨୩---୭,୧୦ Sakhigopal News,4/4/2023