ଚଇତି ମଙ୍ଗଳ ବାର ଶେଷ, ପନ୍ଥେଇରେ ପଣା ଦେଇ ମାଙ୍କୁ ପୂଜା କଲେ
ସାକ୍ଷୀଗୋପାଳ ---- ଚଇତି ମଙ୍ଗଳ ବାର ଶେଷପାଳି ହୋଇଥିବାରୁ ମହିଳା ମାନେ ଏକାଠି ହୋଇ ଗ୍ରାମ ଦାଣ୍ଡରେ ମଙ୍ଗଳା ପୂଜା କରିଥାନ୍ତି । ଦାଣ୍ତରେ ଗୋବର ପାଣିରେ ଲିପାପୋଛା କରାଯାଇ ପଞ୍ଚବର୍ଣ୍ଣ ମୁରୁଜ ପକାଇ ମାଆଙ୍କ ଉଦ୍ଦେଶ୍ୟ ରେ ପନ୍ଥେଇ କରି ସେଥିରେ ମନ୍ଦାର, ଟଗର, କୁସୁମାଦି ଫୁଲ ଦେଇ ଥିଲେ । ଦୀପ,ଧୂପ, ଖଇ କୋରା, ଛଣାପିଠା, ଚୁଡାଘସା, ରାଶିଲଡୁ କଦଳୀ ନାନାଦି ଫଳମୂଳ ଭୋଗଲଗାଇ ଥିଲେ । ଧୂପ ଦିପ ଦେଇ ମିଳିତ ଭାବେ ମାଆଙ୍କୁ ଆଳତି କରିଥିଲେ । ପରେ ପରେ କ୍ଷୀର, ଚିନି,କି,ଚଣା,ସାକର, କଦଳୀ,ନଡ଼ିଆ, ଛେନା, ଆମ୍ବ, ଗୋଳମରିଚ ଗୁଣ୍ଡ ମିଶାଇ ଏକ ପଣା ପ୍ରସ୍ତୁତ କରି ମାଙ୍କ ଉଦ୍ଦେଶ୍ୟ ରେ ପନ୍ଥେଇରେ ପଣା ଦେଇ ମାଙ୍କୁ ତାଙ୍କ ପରିବାର ଓ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥାନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୪/୨୦୨୩-----୮,୧୦ Sakhigopal News,4/4/2023