ଉତ୍କଳ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଜଟଣୀ --ପଞ୍ଚାଅଶି ତମ ପବିତ୍ର ଉତ୍କଳ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜଟଣୀ ନାଗରିକ କମିଟି ତରଫରୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ପୌରହିତରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା l ସ୍ଥାନୀୟ ଆଠ ନମ୍ବର ୱାର୍ଡ ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଓଡ଼ିଶାର ବରପୁତ୍ର ଯଥା ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ, ପଣ୍ଡିତ ନୀଳକଣ୍ଠ ଦାସ, ରାଧାନାଥ ରାୟ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଓ ଅନେକ ଓଡ଼ିଆ ମହପୁରୁଷ ମାନଙ୍କୁ କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ କାଉନସିଲର ସୌମ୍ମେନ୍ଦ୍ର ପଟ୍ଟନାୟକ,ଲୁସେନ ରାୟ, ଜଟଣୀ ଟାଉନ କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ବୃନ୍ଦାବନ ସାହୁ, ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ନୌସିର ଅଲ୍ଲୀ, ସୁଲୁ ରଥ,ହଟ କିଶୋର ପ୍ରଧାନ, ସୀତା ରାଉତ, ଜି ଶ୍ରୀନୁ, ସୂର୍ଯ୍ୟକାନ୍ତ ବଳିୟାରସିଂ, ସଂକେତ ପାଟଶାଣୀ,ଅସରାର ହୁସେନ, ତିଲୁ ଜେନା,ଗଟେଶ୍ୱର ବେହେରା,ସୁବାସ ମହାପାତ୍ର,କ୍ଷିତୀଶ ପାହାଡ଼ସିଂ,ରାକେଶ ଜେନା, ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଅନେକ ଯୁବ ଛାତ୍ର ମାନେ ଯୋଗ ଦେଇଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୪/୨୦୨୩----୮,୪୫ Sakhigopal News,1/4/2023