Breaking News

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଇକୋକ୍ଲବର ବୃକ୍ଷ ରୋପଣ



ଭଞ୍ଜନଗର -- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ସରକାରୀ  ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ଇକୋକ୍ଲବ୍ ଦ୍ବାରା ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା। ଏହି ଉତ୍ସବର ପ୍ରତ୍ୟକ୍ଷ ତତ୍ତ୍ଵାବଧାରକ ଥିଲେ ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର ତଥା ଇକୋକ୍ଲବର ଆବାହକ ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର I  ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକଙ୍କ ଦୃଢ ମନୋବୃତ୍ତି ଯୋଗୁଁ ଏହା କେବଳ ସମ୍ଭବ ହୋଇପାରିଛି I ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଇକୋକ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ  l  ପ୍ରଥମେ ଭଞ୍ଜନଗର ଉପଜିଲ୍ଲାପାଳ, ବିଦ୍ୟାଳୟ ହତାରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମଭାଗରେ ବର୍ଷ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ସଂସ୍କାର ମୂଳକ କାର୍ଯ୍ୟକ୍ରମର " ପ୍ଲାଷ୍ଟିକ କୁ ନା "ର ପ୍ରଥମ ଚରଣରେ  " ପରିବେଶ ଅନୁକୂଳ ଜୀବନ ଶୈଳୀ " ସମ୍ପର୍କିତ ଏକ ରାଲି ( ସହର ପରିକ୍ରମା ଓ ଶୋଭାଯାତ୍ରା) ଆୟୋଜିତ ହୋଇଥିଲା I ଏହାପରେ ସହରର ବିଭିନ୍ନ ଦୋକାନକୁ ଯାଇ ଦୋକାନୀମାନଙ୍କୁ କାଗଜଠୁଙ୍ଗାରେ ଜିନିଷ ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା। ଓ ପଲିଥିନ୍ ଜରି ବ୍ୟବହାର ନ କରିବାକୁ କୁହାଗଲା । ଆଲୋଚନା ଚକ୍ରରେ ପ୍ରଧାନ ଶିକ୍ଷକ  " ପରିବେଶ ବଞ୍ଚିଲେ ଆମେ ବଂଚିବା ଓ ପ୍ଲାଷ୍ଟିକ ଡ୍ରଷ୍ଟିକ (ବିପଦପୂର୍ଣ୍ଣ )ଅଟେ " ବୋଲି ମତ ଦେଇଥିଲେ ।  ଆଗାମୀ ଦିନ ରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା ।  ଇକୋ କ୍ଲବ୍ ଆବାହକ ଶ୍ରୀ ମିଶ୍ର ବିଦ୍ୟାଳୟ ହର୍ବାଲ୍ ଗାର୍ଡେନ ରେ  ବୃକ୍ଷ ରୋପଣ କରିଥିଲେ । ଇକୋକ୍ଲବ ମେମ୍ବର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ  ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା  ଇକୋକ୍ଲବ ମେମ୍ବର ମାନଙ୍କୁ ଶ୍ରୀ ପଟ୍ଟନାୟକ ସାଧୁବାଦ ଜ୍ଞାପନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୩----୮,୫୦ Sakhigopal News,1/4/2023

Blog Archive

Popular Posts