ରେକର୍ଡ ଡ୍ୟାନ୍ସ କୁ କେନ୍ଦ୍ରକରି ଭୁଜାଲି ଓ ଠେଙ୍ଗା ମାଡ଼ ରେ ୩ ଆହତ
ଭଞ୍ଜନଗର - , ଭଞ୍ଜନଗର ଥାନା ଅନ୍ତର୍ଗତ ନୁଆଁମହୁଲିଆ ଗାଁ ରେ ଦଣ୍ଡଯାତ୍ରା ମଞ୍ଚ ଉପରେ ଠେଙ୍ଗା ଓ ଭୁଜାଲି ମାଡ଼ରେ ୩ ଜଣ ଆହତ ହୋଇଛନ୍ତି । ରବିବାର ରାତିରେ ଘଟିଛି ଏଭଳି ଘଟଣା । ଘଟଣା ପ୍ରକାରେ ନୂଆଁମହୁଲିଆ ଗାଁ ରେ ନିକଟସ୍ଥ ଘୁ.ନୂଆଗାଁ ର ଦଣ୍ଡଯାତ୍ରା ଦଳ ପକ୍ଷରୁ ଦଣ୍ଡଯାତ୍ରା ଆୟୋଜନ ହୋଇଥିଲା । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ନାଟକ ମଞ୍ଚସ୍ଥ ପୂର୍ବରୁ ମଞ୍ଚ ଉପରେ ରେକର୍ଡ ଡ୍ୟାନ୍ସ ହୋଇଥିଲା । ରେକର୍ଡ ଡାନ୍ସ ଚାଲୁଥିବା ବେଳେ ଷ୍ଟେଜ୍ ଉପରେ କିଛି ଯୁବକ ଚଢି ନାରୀ କଳାକାର ଙ୍କୁ ଠେଲାପେଲା କରିଥିଲେ । ଯୁବକକୁ ବୁଝେଇବା ପାଇଁ ଅନ୍ୟ ଏକ ଗୋଷ୍ଠୀ ମଞ୍ଚ ଉପରେ ଚଢି ବୁଝାସୁଝା କରିଥିଲେ । ଫଳରେ ଭୁଜାଲିରେ ପରିସ୍ଥିତି ନିୟନ୍ତ୍ରଣ ହେବା ପରିବର୍ତ୍ତେ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା l ଠେଙ୍ଗା , ବାଡି , ଖଣ୍ଡା ଓ ଆକ୍ରମଣ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣ ହେବାରୁ ଉଭୟ ଗୋଷ୍ଠୀର ୩ ରୁ ଉର୍ଦ୍ଧ ଆହାତ ହୋଇଥିଲେ l ଭୁଜାଲି ମାଡ଼ରେ ଜଣେ ଗୁରୁତର ହୋଇ ପ୍ରଥମେ ଭଞ୍ଜନଗର ଏବଂ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ଗଣ୍ଡଗୋଳ ପରେ ନାଚ ବନ୍ଦ ହୋଇ କଳାକାର ମାନେ ଫେରିଯାଇଲେ l କଳାକାର ଙ୍କ ଗୋଟିଏ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ ।
ଭଞ୍ଜନଗର ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି l ପ୍ରକାଶ ଥାଉକି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ ସଂଳାପ ପରିବେଷଣ ନ କରିବାକୁ ଗତ ମାସରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ତାସତ୍ବେ ଯାତ୍ରା କମିଟି ଏବଂ ଆୟୋଜକ ମାନେ ଏହାକୁ ଖୋଲା ଖୋଲି ଉଲଂଘନ କରୁଥିବାର ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୪/୨୦୨୩-----୯,୨୦ Sakhigopal
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୪/୨୦୨୩-----୯,୨୦ Sakhigopal