Breaking News

ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷଣପକ୍ଷ ପଖୱାଡା ପାଳିତ


ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ କୁସୁମେଶ୍ୱର ସ୍କୁଲ ରେ ଗର୍ଭବତି ମହିଳା ଙ୍କ ପାଈଁ ଅଙ୍ଗନବାଡି କର୍ମୀ ଗୋଲାପ ଦେଇ ଙ୍କ ତତ୍ବାବଧାନରେ ପୋଷଣପକ୍ଷ  ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଆଶା ନିର୍ମଳା ବେହେରା. ଅଙ୍ଗନବାଡି ସହାୟିକା ଲତା ବେହେରା , ପୁରୁଷ, ମହିଳା ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ରହିଥିଲେ ।  ଗର୍ଭବତି ମହିଳା  ଓ ତାଙ୍କ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସଠିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗର୍ଭବତି ମହିଳା ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ନାମ ପଞ୍ଜିକରଣ କରି ସରକାର ଦେଉଥିବା ସମସ୍ତ ସୁଷମ ଖାଦ୍ୟ ଓ ସ୍ବାସ୍ଥ୍ୟ ଗତ ପରୀକ୍ଷା ସହ ବିଭିନ୍ନ ରୋଗର ପ୍ରତିଷେଧ ଟିକା ପ୍ରଦାନ କରାଯାଉଛି । ଏହି ଅବସରରେ ପୁଷ୍ଟିକର ଖାଦ୍ୟ କେଉଁ କେଉଁ ପନିପରିବା,ଫଳ,ଗଜାମୁଗ,ମାଛ, ଅଣ୍ଡା, କ୍ଷୀର, ଛେନା,ଘିଅ ଆଦି ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲା । ଗର୍ଭବତି ମହିଳା ମାନଙ୍କୁ ସେମାନଙ୍କର ସୁରକ୍ଷା ଓ ସେମାନଙ୍କ ଗର୍ଭରେ ଥିବା ଶିଶୁ ମାନଙ୍କ ସୁରକ୍ଷା ପାଇଁ ନଜର ଦେବାକୁ ସଚେତନତା କରାଯାଇଥିଲା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୪/୨୦୨୩---୭,୧୦ Sakhigopal News,2/4/2023

Blog Archive

Popular Posts